ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି : ଲାଞ୍ଜିଗଡ ରୁ ରାଜଧାନୀ … କେମିତି ଥିଲା ଯାତ୍ରା ! କେମିତି ବନିଲେ କୋଟିପତି..

ହନିଟ୍ରାପ୍ ପାଇଁ ଷଡଯନ୍ତ୍ର,ଅର୍ଚ୍ଚନା କରୁଥିଲା ଧନୀଙ୍କ ତାଲିକା; ଅନେକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିବା ଅଭିଯୋଗ

ଅର୍ଚ୍ଚନାଙ୍କ କଳା କାରନାମାର ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କନକ ନ୍ୟୁଜ୍ ହାତରେ ଲାଗିଛି ଖଣ୍ଡଗିରି ଥାନାରେ ଯୁବତୀ ଦେଇଥିବା ଏଫ୍ଆଇଆର କପି । କେମିତି ଅର୍ଚ୍ଚନାର ନାଗଫାଶରେ ଫସିଥିଲେ ଯୁବତୀ ତାର ପୂରା କାହାଣୀ କହିଛନ୍ତି । ଆଉ ଖୋଲିଛନ୍ତି ଅର୍ଚ୍ଚନାଙ୍କ ହନିଟ୍ରାପ୍ ସାମ୍ରାଜ୍ୟର ଅସଲ ସତ । କେବଳ ଏହି ଯୁବତୀ ନୁହନ୍ତି, ଏକାଧିକ ଯୁବତୀ ଅର୍ଚ୍ଚନାଙ୍କ ନାଗଫାଶରେ ଫସିଛନ୍ତି ।

ଅନେକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ ଅର୍ଚ୍ଚନା,ଅର୍ଚ୍ଚନାଙ୍କ ମୋବାଇଲରେ ରହିଥିଲା ଏକାଧିକ ଅଶ୍ଳୀଳ ଭିଡିଓ,ବଡ଼ ବଡ଼ ବ୍ୟବସାୟୀ, ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ତିଆରି କରାଯାଇଥିଲାତାଲିକା ତିଆରି କରୁଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର,ସେମାନଙ୍କ ସହ ଭିଡିଓ କଲ୍ କରନ୍ତି ଜଗବନ୍ଧୁ ଓ ଖଗେଶ୍ୱର,ବଡ଼ ବଡ଼ ଲୋକଙ୍କୁ ଫସାଇ ଅଶ୍ଳୀଳ ଭିଡିଓ କରିଥାନ୍ତି,ଅନେକ ଲୋକ ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ଘରକୁ ଯାଆନ୍ତି।

ଅର୍ଚ୍ଚନାଙ୍କୁ ମୋଟା ଅଙ୍କର ଟଙ୍କା ଦିଅନ୍ତି ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି,ଘର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଭିଡିଓ କରି ଫସାଇବାକୁ କହିଥିଲେ ଅର୍ଚ୍ଚନା,ପ୍ରମୋଦ ସ୍ୱାଇଁଠାରୁ ଟଙ୍କା ଆଦାୟ ପାଇଁ ଯୋଜନା କରାଯାଇଥିଲା । ଲକଡାଉନରେ ଟଙ୍କାର ଲୋଭ ଦେଖାଇ ଭୁବନେଶ୍ୱର ଡକାଯାଇଥିଲା,ନୂଆ ମୋବାଇଲ୍ ଫୋନ୍ ଯୁବତୀଙ୍କୁ ଦେଇଥିଲେ ଅର୍ଚ୍ଚନା,ନୟାଗଡ଼ର ଜଣେ ବ୍ୟବସାୟୀଙ୍କୁ ହନିଟ୍ରାପ ଫସାଇଥିଲା,ଅର୍ଚ୍ଚନାଙ୍କ ମୋବାଇଲ୍ରେ ଅନେକ ଲୋକଙ୍କ ଅଶ୍ଳୀଳ ଭିଡିଓ ରହିଛି, ଅର୍ଚ୍ଚନା ନିଜେ ମଧ୍ୟ ଦେହ ବ୍ୟବସାୟରେ ସଂପୃକ୍ତ ଥିଲେ,ତାଙ୍କର ଅନେକ ସହଯୋଗୀ ମଧ୍ୟ ରହିଛନ୍ତି,ସ୍ୱାମୀ ଜଗବନ୍ଧୁ ଓ ଖଗେଶ୍ୱର ଥିଲେ ଦେହ ବ୍ୟବସାୟ ପଛର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ ଆସିଛି।

ଅର୍ଚ୍ଚନା ନାଗଙ୍କ ପୈତୃକ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ହୋଇଥିବା ବେଳେ ସେ କେସିଙ୍ଗାର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେ ବୋର୍ଡ ପରୀକ୍ଷା ପୂର୍ବରୁ କାହା ସହ ଚାଲି ଯାଇଥିବାରୁ ପରିବାର ଲୋକ ଖୋଜାଖୋଜି କରି ଆଣି ମାଟ୍ରିକ ପରୀକ୍ଷା ଦେବାକୁ କହିଥିଲେ। ଏହା ପରେ ସେ କେସିଙ୍ଗାରୁ କୁଆଡ଼େ ଉଭାନ ହୋଇ ଯାଇଥିଲେ। ତାଙ୍କ ମା ଜଣେ ଶିକ୍ଷୟିତ୍ରୀ ଏବଂ ସେ ଏବେ ବି ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଛନ୍ତି।

୨୦୨୦ ଦୀପାବଳିରେ ସେ କେସିଙ୍ଗା ବୁଢାଡ଼ଙ୍ଗର ପାହାଡ଼ ପାଦଦେଶର ଆମ୍ବେଦକର ଛକ ନିକଟରେ ଥିବା ଘରକୁ ଏକ ଦାମୀ କାର୍‌ରେ ଆସି ଦୀପାବଳି ପାଳନ କରିଥିଲେ। ସେହିଭଳି ୬ ମାସ ତଳେ ପୁଣି ତାଙ୍କ କେସିଙ୍ଗା ଘରକୁ ସେହି କାର୍‌ରେ ଆସି କିଛି ସମୟ ରହି ଚାଲି ଯାଇଥିଲେ। କେସିଙ୍ଗା ସ୍ଥିତ ଘରକୁ ସେ ପ୍ରାୟ ଆସୁନଥିଲେ ମଧ୍ୟ ପରିବାର ଲୋକଙ୍କ ସହ ସମ୍ପର୍କ ବେଶ୍ ଭଲ ଥିବା ଜଣାପଡ଼ିଛି। ବର୍ତ୍ତମାନ ବ୍ଲାକ୍ ମେଲିଂ ଘଟଣାରେ ଅର୍ଚ୍ଚନା ରାଜ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ପରିବାର ଲୋକଙ୍କୁ ମଧ୍ୟ ସେ ଆର୍ଥିକ ସହଯୋଗ କରୁଥିବା ଆଲୋଚନା ହେଉଛି।

ବିଦ୍ୟାଧର ସାହୁଙ୍କ ସଂଗୃହୀତ ତଥ୍ୟ….

Related posts

ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀ ଙ୍କ ଉଦେଶ୍ୟ ରେ  ଉଦଘାଟିତ ହେଲା ମସଜିଦ୍ 

Sunil Chandra Nayak

ସମ୍ବାଦ ଆମ ଓଡିଶା ପ୍ରତିଯୋଗିତା କେଗାଁରେ ଭାଗନେଲ ୧୬୯ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!