ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ର ଡିଇଓ ଭିଜଲାନ୍ସ ଜାଲରେ ଧରା ପଡିଲେ

ନୂଆପଡା,-: ଆବାସିକ ପ୍ରମାଣ ପତ୍ର ପ୍ରଦାନ ପାଇଁ ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ର ଡିଇଓ ଭିଜଲାନ୍ସ ଜାଲରେ ଧରା ପଡିଲେ । ପୂର୍ବ ଚୁକ୍ତି ମୁତାବକ ୧୫ ଗୋଟି ଆବାସିକ ପତ୍ର ପାଇଁ ୨ ହଜାର ଟଙ୍କା ଲାଞ୍ଚ କାରବାର ରେ ତହସିଲ ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା ଧରାପଡିଛନ୍ତି। ଅଭିଯୋଗ କାରୀ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡାର ନିତ୍ୟାନନ୍ଦ ହିଆଲ ସହ ପରିବାର ର ୮ ଜଣ ଏବଂ ୭ ଜଣ ତାଙ୍କ ଗ୍ରାମର ଆବାସିକ ପ୍ରମାଣ ପତ୍ର ପାଇଁ ୨ ହଜାର ଲେଖାଏଁ ମୋଟ ୩୦ ହଜାର ଟଙ୍କା ରେ ଚୁକ୍ତି ହୋଇଥିଲା। ଭିଜିଲାନ୍ସ ଡ଼ିଏସପି ଦୀନବନ୍ଧୁ ବେହେରା ଙ୍କ ନେତୃତ୍ବରେ ଏକ ଦଳ ତହସିଲଦାର କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ। ଏହି ଚଢାଇ ବେଳେ କଳାହାଣ୍ଡି ଡ଼ିଏସପି ସଦାନନ୍ଦ ପାଣି, ଭିଜିଲାନ୍ସ ଇନିସ୍ପେକ୍ଟର ପ୍ରମିଳା ସୁନା ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ। ବର୍ତ୍ତମାନ ଭିଜିଲାନ୍ସ ବିଭାଗ କର୍ମଚାରୀ ଅଭିଯୁକ୍ତ ଙ୍କ ଖଇରା ଗ୍ରାମକୁ ଯାଇଛନ୍ତି ପରେ କୋର୍ଟ ଚାଲାଣ ହେବ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୌରପରିଷଦ ଦ୍ଵାରା ” ଭାରତୀୟ ସ୍ୱଚ୍ଛତା ଲିଗ୍” ୨୦୨୨ର ପ୍ରଥମ ସଂସ୍କରଣ ପାଳିତ

Sunil Chandra Nayak

ଜଳ ଛତ୍ର ର ଶୁଭାରମ୍ଭ

Sunil Chandra Nayak

ସନ୍ଧିକୁଲିଆରୀ ଠାରେ ଓବିସି, ଏସଟି, ଏସସି ମିଳିତ ମହାମଞ୍ଚ ର ବୁଦ୍ଧିଜୀବୀ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!