ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ ପାଇଁ ବିଗୁଲ ବାଜିଲା

ନବରଙ୍ଗପୁର ତା ୧୨.୧୦.୨୦୨୨ : ନବରଙ୍ଗପୁର ଜିଲ୍ଲା ର ସର୍ବପୂରାତନ ଶିକ୍ଷା ଅନୁଷ୍ଠାନ ନବରଙ୍ଗପୁର ମହାବିଦ୍ୟାଳୟ ତାର ପଚାଶ ବର୍ଷ ଅତିକ୍ରମ କରି ବାବନ ବର୍ଷରେ ପ୍ରଦାର୍ପଣ କରୁଛି। ୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିବା ନବରଙ୍ଗପୁର ମହାବିଦ୍ୟାଳୟ ୨୦୨୧ ମସିହାରେ ତାର ପଚାଶ ବର୍ଷ ପୂରଣ ହୋଇଥିଲେ ମଧ୍ୟ ସାରା ବିଶ୍ୱରେ ମହାମାରୀ କୋରନା ର ପ୍ରକୋପ ସାମ୍ନା ସ୍ଵରୂପ ଠିକ ସମୟରେ ତାର ପଚାଶ ବର୍ଷ ପୂର୍ତ୍ତି ପାଳନ ହୋଇପାରି ନଥିଲା। ଆଜି ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀଙ୍କ ମନ୍ଦିରରୁ ରାଜ ପୁରୋହିତ ନରସିଂହ ତ୍ରିପାଠୀ ଙ୍କ ଦ୍ଵାରା ପୂଜାର୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ନବରଙ୍ଗପୁର ମହାବିଦ୍ୟାଳୟରେ ପହଞ୍ଚିଲା ପରେ ଆନୁଷ୍ଠାନିକ ଭାବରେ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରାଶାସନିକ ଭବନ ଉଦଘାଟନ ହୋଇଥିଲା। ପ୍ରକାଶ ଥାଉକି ଏହି ବର୍ଷ ପାର୍ବଣ ରୁତୁ ତଥା ଡିସେମ୍ବର ମାସ ତା ୧୬.୧୨.୨୦୨୨ ରିଖ ଠାରୁ ୧୮.୧୨.୨୦୨୨ ପର୍ଯ୍ଯନ୍ତ ଜିଲ୍ଲାର ସର୍ବପୂରାତନ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ କରିବା ପାଇଁ ତାରିଖ ସ୍ଥିରୀକୃତ ହୋଇଛି। ଏହି ଶୋଭାଯାତ୍ରା ରେ ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି,ବୟୋଜ୍ଯୋଷ୍ଠ ବ୍ୟକ୍ତି,ବୁଦ୍ଧିଜୀବୀ ସ୍ଵେଚ୍ଛାସେବୀ, ଆଇନଜୀବୀ,ସାମ୍ବାଦିକ, ପୁରାତନ ଛାତ୍ର,ବର୍ତ୍ତମାନର ଛାତ୍ରମାନଙ୍କ ସହିତ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ,ପୌରାଧ୍ୟକ୍ଷା ସୌମ୍ୟା ମହାପାତ୍ର, ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ପୂର୍ବତନ ଲୋକସଭା ସାଂସଦ ତଥା ଉପଦେଷ୍ଟା ସ୍ଵତନ୍ତ୍ର ବିକାଶ ପରିଷଦ ପ୍ରଦୀପ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପୂର୍ବତନ ବିଧାୟକ ସଦନ ନାୟକ,ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ, ରାଜା ପରିବାରରୁ ଅସିତ କୁମାର ଦେଓ, ପୁରାତନ ଛାତ୍ର ସଂସଦ ଆବାହକ ଗଣେଶ୍ଵର ଦାଶ,ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦକ ସଙ୍ଗୀତା ତ୍ରିପାଠୀ,ଗୌରୀ ମାଝୀ, ମୁନା ତ୍ରିପାଠୀ, ଦେବଦାସ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ନର୍ଲାରେ ସମ୍ବର୍ଦ୍ଧନା

Sunil Chandra Nayak

ବିନପୁର ଖେଳ ପଡ଼ିଆ ଠାରେ ମା ଧରଣୀ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!