ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଃ ବାଃ ରେ ଚିକିତ୍ସାଳୟ ମୋ ସରକାର କୁ ଫୁ 

ତେନ୍ତୁଳିଖୁଣ୍ଟି 06,/09/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଅଞ୍ଚଳଗୁମ୍ମା ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏକ ଅଭାବ ନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଏଠାରେ ମନୁଷ୍ୟ ମାନଙ୍କ ଚିକିତ୍ସା କରିବା ସହିତ ଉଦ୍ଭିଦ ର ମଧ୍ୟ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ୨୦୧୯ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ମୋ ସରକାର ସବୁ ସ୍ବାସ୍ଥ୍ୟ କେନ୍ଦ୍ର କୁ ଲାଗୁ କରିଥିଲେ।ଯାହା ଫଳ ରେ ଜନସାଧାରଣ ଠିକ୍ ସମୟରେ ଉପକୃତ ହୋଇପାରିବେ। ରାଜ୍ୟ ସରକାର ୩୦ ଟି ଜିଲା ରେ ଲାଗୁ କରିଥିବା ବେଳେ ୫ଟି ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା ର ମଧ୍ୟ କେତେକ ସରକାରୀ ବାବୁ ଙ୍କ ଚାକିରୀ ଗଲାଣି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମନରେ ଏବେ ମଧ୍ୟ ମୋ ସରକାର କାମ କରୁନଥିବାରୁ ଭୟ ନାହିଁ ମନେକରି ସେମାନେ ନିଜ ନିଜକୁ ଶାସନ କର୍ତ୍ତା ମନେ କରିଥାନ୍ତି। ବିଭାଗୀୟ ଅଧିକାରୀ ମାନଙ୍କ ଜାଣତରେ ଆଜି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମକାଚାଷ କରି ଲାଭବାନ ହେବାକୁ ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରି ମନ ଛନ୍ ଛନ୍ ହେଉଥିବା ଦେଖିବାକୁ ମିଳୁଛି।ତେନ୍ତୁଳିଖୁଣ୍ଟି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରି ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ ଚିକିତ୍ସା କରି ନିଜେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ବେଳେ, ଅଞ୍ଚଳଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରି ନିରାପଦରେ ଚୌକି ରେ ବସି ବସି କେତେ ଦିନ ରହିବେ।ମକା ଚାଷ କଲେ କିଛି ରୋଜଗାର ପନ୍ଥା ମିଳିବା ସହିତ ସମୟ ବି ଆରାମରେ ଅତିକ୍ରମ ହୋଇଯିବ।ଏହାଭାବି ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ହଳ କରି ମକା ଚାଷ କରି କରିଛନ୍ତି। ଏଠାରେ ପ୍ରଶ୍ନ ଉଠେ ସରକାର ସ୍ବାସ୍ଥ୍ୟ ବିଭାଗ କୁ ରୋଗୀ ମାନଙ୍କ ଚିକିତ୍ସା ପାଇଁ କର୍ମ ଚାରି ନିୟୋଜିତ କରିଛନ୍ତି ନା ମକା ଚାଷ କରିବାକୁ। ତୁରନ୍ତ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ଗ୍ରାମ ବାସି ଅନୁରୋଧ କରିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଜଗଜ୍ଜୀବନ ସା ଙ୍କ କବିତା ଧନ୍ୟ ବୀର ସୁବାଷ ନାୟକ 

Sunil Chandra Nayak

ନାଳ ଉପରେ ପୋଲ ନ ଥିବାରୁ ପଲସାପଦର ତଥା ଆଖପାଖ ଅଞ୍ଚଳ ଗ୍ରାମବାସୀ ହନ୍ତସନ୍ତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଗଛ ଲଗାଇବା କାହା ପାଇଁ

Leave a Comment

error: Content is protected !!