ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼,୬/୯(ମ ନି ସ) ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବ୍ୟାପି ଅହିଂସା ରଥ ପରିକ୍ରମା ଚାଲିଥିବା ବେଳେ ଏହି ରଥ ଜୁନାଗଡ଼ ସହର ଓ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲ। ଏହି ଅବସରରେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଉପ ନଗରପାଳ, ହିମାଦ୍ରୀ ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ସମସ୍ତ ପାରିଷଦ କନ୍ଦର୍ପ ଗୁରୁ ଉପସ୍ଥିତ ରହି ଅହିଂସା ରଥକୁ ସ୍ୱାଗତ କରିଥିଲେ।ଜୁନାଗଡ଼ ଏଲନିସି ମିଶନ ସ୍କୁଲ, ଜୁନାଗଡ଼ ଇଂଲିଶ ସ୍କୁଲ, ଲଙ୍କେଶ୍ୱରୀ ଗାର୍ଲସ ହାଇସ୍କୁଲ ଓ ସରକାରୀ ଉଚ୍ଚ ବିଦ୍ୟାଲୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ କର୍ତ୍ତବ୍ୟର ଅଶୋକ ପଟ୍ଟନାୟକ, ସହରବାସୀ ବହୁସଂଖ୍ୟା ରେ ଯୋଗଦେଇ ଅହିଂସା ରଥ କୁ ଉତ୍ସାହ ର ସହ ଆଗେଇ ନେଇଥିଲେ l ଏହାପରେ ଏହି ରଥ ମଥୁରା ଅଭିମୁଖେ ବାହାରିଥିଲା।ସେଠାରେ ମଧ୍ୟ ଭବ୍ୟ ସ୍ୱାଗତ କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହାପରେ ଅହିଂସା ରଥ ମହିଚଲା ଅଭିମୁଖେ ବାହାରିଥିଲା। ସେଠାରେ ସ୍ଥାନୀୟ ଜନସାଧାରଣ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହିସବୁ କର୍ଯ୍ୟକ୍ରମରେ , ଜିପିଓ ରାଜେନ୍ଦ୍ର ଭୋଇ, ଡବ୍ଲୁ ଇଓ ସୁମନ୍ତ ମାଝୀ, ସମାଜ ମଙ୍ଗଳ ଅଧିକାରୀ ତୁଷାର ରଞ୍ଜନ ସାହୁ ,ପଲାସ ସରପଞ୍ଚ ପ୍ରଭାକର ସେଠୀ ପ୍ରମୁଖ ଉପସ୍ଥିତ ରହି ଥିଲେ, । ଏହାପରେ ରଥକୁ ବିଦାୟ ଦିଆଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

 

Related posts

ଗାୟତ୍ରୀ ମହାଯଜ୍ଞ ର ଭୂମି ପୂଜନ

Sunil Chandra Nayak

ବିପୁଳ ପରିମାଣ ର ଶାଳ କାଠ ଜବତ 

ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

Leave a Comment

error: Content is protected !!