ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ଵର,୧୬/୧୦/୨୨- ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଏବଂ ମାନ୍ୟବର ମୁଖ୍ୟନ୍ତ୍ରୀ ନବୀନ ପଟନାୟକଙ୍କ ଜନ୍ମ ଦିନକୁ ଆଖି ଆଗରେ ରଖି ଜୀବନ ବିନ୍ଦୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବିଜୁ ଯୁବ ଜନତା ଦଳ ପକ୍ଷରୁ ଗତ ତା ୧୫/୧୦/୨୨ ରିଖ ଶନିବାର ବାଲିଆପାଳ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୧୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ବକ୍ତବ୍ୟରେ କହିଥିଲେ ଯେ ରକ୍ତ ଦାନ ମହାପୁଣ୍ୟ । ଆଜିର ଯୁବକ ଭବିଷ୍ୟତକୁ ଆଖି ଆଗରେ ରଖି ସେଚ୍ଛାକୃତ ଭାବରେ ଅଧିକରୁ ଅଧିକ ସଂଖ୍ୟାରେ ରକ୍ତ ଦାନରେ ସାମିଲ ହେଲେ ରକ୍ତ ପାଇଁ ଜୀବନ ଯାଉଥିବା ସଂଖ୍ୟାର ହାର ଧୀରେ କମି କମି ଯିବ ବୋଲି କହିଥିଲେ । ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବୀନ୍ଦ୍ରନାଥ ଅଣ୍ଡିଆ, ବାଲିଆପାଳ ପଞ୍ଚାୟତ ସରପଞ୍ଚ ବନଲତା ଦାସ, ଯୁବନେତା ହେମନ୍ତ ଦାସ, ଦେଭୋଗ ସରପଞ୍ଚଙ୍କ ପ୍ରତିନିଧି ମୁତ୍ଯୁଞ୍ଜୟ ନାୟକ, ଘଣ୍ଟୁଆ ପଞ୍ଚାୟତର ସରପଞ୍ଚ ସୁଶିଲ କୁମାର ପ୍ରଧାନ, କୁମ୍ଭାରି ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଜୟ ନାରାୟଣ ମହାପାତ୍ର, ମଧୁପୁରା ସରପଞ୍ଚ ପ୍ରତିନିଧି ଲମ୍ବୁଧର ମାହାନା, ପେଟୁ ମାଣିକ, ଅନନ୍ତ ବିଶ୍ଵାଳ, ବିକୁ ଜନତା ଦଳର ଜିଲ୍ଲା ଯୁବ ସଂପାଦକ ଉଜ୍ଜଳ ଗିରି, ସମାଜସେବୀ ସଞ୍ଜୟ ପ୍ରଧାନ, ଜିଲ୍ଲା ଛାତ୍ର ସଂପାଦକ ଭୈରବ ଦାସ, ବାଲିଆପାଳ ବିଜେଡି ସଭାପତି ସେକ୍ ଦାଦୁ, ଛାତ୍ର ନେତା ଲକ୍ଷ୍ମୀଧର ପାତ୍ର ଯୋଗଦେଇଥିବା ବେଳେ ଡ଼ାକ୍ତର ବସନ୍ତ କୁମାର ଉପାଧ୍ୟାୟ,ଏଲ୍ ଟି ଅକ୍ଷୟ କୁମାର ଜେନା, ଦେବାଶିଷ ଦତ୍ତ, ବିଜୟ ପଟନାୟକ, ବିନୋଦ ବିହାରୀ ଦାସ, ଦିଦ୍ୟାଧର ସାହୁଙ୍କ ସହଯୋଗରେ ମୋଟ ୧୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଗ୍ରହୀ ରକ୍ତଦାତା ମାନେ ଶିବିରକୁ ଆସି ସ୍ବେଚ୍ଛାକୃତ ଭାବ ରକ୍ତ ଦାନକରି ମହତ କାର୍ଯ୍ୟ କରିଥିବାରୁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପଞ୍ଚାୟତକୁ ଯିବାକୁ ରାସ୍ତା ସାଜୁଛି ସାଜୁଛି ବାଧକ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବସୁମାତା ବାଣୀ

Sunil Chandra Nayak

ରଞ୍ଜନ କୁମାର ମହାନ୍ତି  ଙ୍କ କବିତା ଏ ଫଗୁଣେ ତୁମେ 

Sunil Chandra Nayak

Leave a Comment

error: Content is protected !!