ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ପୁରୁଷ

     ପୁରୁଷ 

  ଦିଲ୍ଲୀପ କୁମାର ନନ୍ଦୀ 

ଅସ୍ଥିର ପ୍ଲାବନର କେନ୍ଦ୍ରବିନ୍ଦୁ ତୁମେ,
ଚହଲା ପାଣିରେ ସ୍ଥିରତାର
ପ୍ରତୀକ ହିଁ ତୁମେ।।
ତୁମେ ହିଁ ତ ମେରୁ ଖୁଣ୍ଟଟିଏ
ପୃଥିବୀ ରୂପକ ଘରର,
ତୁମ ବିନା ସବୁ କିଛି ଚହଲା ଦୋହଲା,
କହିବା ବାହୁଲ୍ୟ ମାତ୍ର।।
ତୁମେ ଜ୍ୱାଳାମୂଖୀ ସଂସାରର
ଝାଞ୍ଜିରେ ଶୀତଳତାର
ସ୍ପର୍ଶର ଛୁଆଁ ।।
ତୁମେ ହିଁ ତ ସ୍ଥିତି ଏ ସାରା ସଂସାରର।।
ତୁମର ଅମାପ ଅଥଳ ଅସୀମ
କଠିନ ଠୁ କଠିନତର ଛାତିର
ବ୍ୟାସାର୍ଦ୍ଧ,ସବୁ କିଛି ଆଲୋଚନା ପର୍ଯ୍ୟାଲୋଚନାର ସମାପ୍ତି ହିଁ ତ,
ତୁମରି ଭିତରେ ।।
ତୁମେ, କେବଳ ତୁମେ ହିଁ ତ ସ୍ଥିରତାର
ସ୍ଥିତି, ତୁମ ବିନା ସୃଷ୍ଟିର ସ୍ଥିତି ଅସମ୍ଭବ।।
କାରଣ ,
    ତୁମେ ତ ସ୍ଥିତି ଆଉ ସ୍ଥିରତାର
କେନ୍ଦ୍ରବିନ୍ଦୁ।।
ତୁମେ କେବଳ ତୁମେ,
ତୁମେ ହିଁ ତ ପୁରୁଷ।।

 ଧର୍ମଶାଳା, ଯାଜପୁର

Related posts

ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର)ସଂଘ ଙ୍କ ଶୋଭାଯାତ୍ରା ଓ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆଠ ଦଫା ଦାବିପତ୍ର

Sunil Chandra Nayak

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ଗଜ ଉଦ୍ଧାରଣ ବେଶ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ସବୁ ତ ତାର୍ ଲୀଲା

Sunil Chandra Nayak

Leave a Comment

error: Content is protected !!