ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଣ୍ଡପାଟ ଘାଟିମୁଣ୍ଡିଆଣୀ ସର୍ବ ମଙ୍ଗଳାଙ୍କ ବାର୍ଷିକ ଦଶରା ଆରମ୍ଭ

କୋକସରା, ୧୬/୧୦- ଧରା ପୃଷ୍ଠରେ ଏବେ ମା’ ବିଭିନ୍ନ ରୂପରେ ପୂଜା ପାଉଥିବା ବେଳେ ଆଦିବାସୀ ବହୁଳ ଅଞ୍ଚଳରେ ଦଶରା ପର୍ବର ନିଆରା ବାତାବରଣ ଦେଖିବାକୁ ମିଳିଥାଏ । କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳରେ ଥିବା ଗୋତୋମୁଣ୍ଡା ଠାରେ ଘାଟି ମୁଣ୍ଡିଆଣି ମା ସର୍ବମଙ୍ଗଳାଙ୍କ ବାର୍ଷିକ ଦଶରା ରବିବାର ଠାରୁ ଆରମ୍ଭ ହୋଇଛି।। ଗୋତମୁଣ୍ଡା ଠାରେ ଦଶରା ଯାତ୍ରା ତିନିଦିନ ଧରି ମହା ସମାରୋହରେ ପାଳନ କରାଯିବା ପାଇଁ କମିଟି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ରବିବାର ଦିନ ମା’ ଘାଟି ମୁଣ୍ଡିଆଣୀ ସର୍ବମଙ୍ଗଳାଙ୍କ ପୀଠରେ ଖଣ୍ଡାଧୁଆ ପରମ୍ପରା ରୀତିନୀତିରେ ସମାପନ ହୋଇଛି। ଗ୍ରାମର ପୁଝାରୀ ମନହର ପୁଝାରୀ ନିକଟସ୍ଥ ପୋଖରୀରୁ ମା’ଙ୍କ ଖଣ୍ଡାକୁ ବିଧି ମୁତାବକ ମାର୍ଜନା ପୂଜାର୍ଚ୍ଚନା ପରେ ପୋଖରୀ ପାଣିରେ ଧୋଇ ଅଣାଯାଏ । ଏହି ଖଣ୍ଡା ଧୁଆ ପଟୁଆରରେ ଘଣ୍ଟ ଦଳ, ଘୁମୁରା ଦଳ ସମେତ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ବିଭିନ୍ନ ପ୍ରକାର ଆଦିବାସୀ ପରମ୍ପରା ବେଶଭୁଷା ନାଚି ଗାଇ ମା’ଙ୍କ ଖଣ୍ଡାକୁ ମୁଖ୍ୟ ମନ୍ଦିରକୁ ଅଣାଯାଏ । ଏହା ପରେ ଖଣ୍ଡା ସ୍ଥାପନ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏହିସବୁ କାର୍ଯ୍ୟ ପରମ୍ପରା ଓ ରୀତିନୀତି ମୁତାବକ ସମାପନ ହୋଇଛି । ପୂଜା କମିଟି ସଭାପତି ହେମନ୍ତ ମାଝୀ, ପୁର୍ଣ୍ଣଚନ୍ଦ୍ର ନାଏକ, ଉପେନ୍ଦ୍ର ବାଗ, ପିଣ୍ଟୁ ନନ୍ଦ ମାଝୀ, ମୁକୁନ୍ଦ ନାଗେଶ , ନିରଞ୍ଜନ ବାଗ, ଭାରତ ପୁଝାରି, ଭାରତ ଦୁର୍ଗା, ପାର୍ଥବ ମାଝୀ, ବଳରାମ ମାଝୀ, ଉପେନ୍ଦ୍ର ବାଗ, ରୋମାଂଚଳ ପୁଝାରି, ସୁବାସ ଖରସେଲ ପ୍ରମୁଖ ଦଶରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related posts

ଅନ୍ନପୂର୍ଣା ସାହୁ ଙ୍କ କବିତା ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବରିଷ୍ଠ ଯାଦବ ନେତା ତଥା ବାଗପୁର ପୂର୍ବତନ ସରପଂଚ ଦୋଳ ଚନ୍ଦ୍ର ବାଗ ଙ୍କ ଦେହାନ୍ତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଦାଣ୍ଡରେ ପିକ, ଘରେତ କାକ

Leave a Comment

error: Content is protected !!