ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ନଦୀରେ ଭାସିଯାଇ ନିଖୋଜ ଥିବା ବୃଦ୍ଧଙ୍କ ଶବ ଉଦ୍ଧାର ବ୍ଯବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର

ଥୁଆମୂଳ ରାମପୁର:୧୯/୧୦ – (ମନିସ) :- ଇନ୍ଦ୍ରାବତୀ ନଦୀରେ ଭାସି ଯାଇ ନିଖୋଜ ଥିବା ବୃଦ୍ଧଙ୍କ ଶବ ଉଦ୍ଧାର ବ୍ଯବଛେଦ ପରେ ପରିବାର ସଦଶ୍ଯଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଘଟଣାଟି ଘଟିଥିଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ତଲଝାପି ଗ୍ରାମପଞ୍ଚାୟତ ଅଧିନରେ ଥିବା ନିକେଶଯୋର ଗ୍ରାମର ଜନୈକ ବୃଦ୍ଧ ଉଦୟନାଥ ନାଏକ ୬୨ ଗତ ମଙ୍ଗଳବାର ଦିନ କୌଣସି କାମନେଇ ଥୁଆମୂଳ ରାମପୁରକୁ ଯାଇ ଫେରୁଥିବା ସମୟରେ ଇନ୍ଦ୍ରାବତୀ ନଦୀରେ ଭାସିଯାଇ ନିଖୋଜ ନେଇ ପୁଲିସ୍ ରେ ଅଭିଯୋଗ କରାଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ବହୁତ ଖୋଜାଖୋଜି କରି ଶବକୁ ଉଦ୍ଧାର କରିଥିଲେ। ଥୁଆମୂଳ ରାମପୁର ଥାନା ଏସଆଇ ଶ୍ରୀ ରାସବିହାରି ସା ଓ ତାଙ୍କ କର୍ମଚାରୀ ପହଞ୍ଚି ଶବକୁ ଜବତ କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ବ୍ଯବଛେଦ ପାଇଁ ପଠାଇ ଶବ ବ୍ଯବଛେଦ ପରେ ପରିବାର ସଦସ୍ଯଙ୍କୁ ହସ୍ତାନ୍ତର କରି ଏସଂକ୍ରାନ୍ତରେ ପୁଲିସ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଏଠାରେ ସମ୍ବେଦନଶୀଳ ବିଷୟ ଏହା ଯେ, ଥୁଆମୂଳ ରାମପୁର ବ୍ଳକର ଅନେକ ଦୁର୍ଗମ ଅଞ୍ଚଳ ରହିଅଛି। ସେହି ଦୁର୍ଗମ ଅଞ୍ଚଳରେ ବର୍ଷା ଦିନେ ପ୍ରଖରସ୍ରୋତରେ ଝରଣା ନଦୀ ଆଦି ପ୍ରଭାହିତ ହୋଇଥାଏ। ଲୋକେ ସେହି ବିପଦଜନକ ନଦୀ ପାରିହୋଇ ଯିବା ଆସିବା କରିବା ସେମାନଙ୍କ ପାଇଁ ନିତିଦିନିଆ ଅଭ୍ଯାସ ହୋଇଆସୁଛି। ଏହା ଭିତରେ କେତେକ ଙ୍କ ଜୀବନ ମଧ୍ୟ ଅକାଳରେ ଗଲାଣି। ତେବେ ଆଉ କେତେ ଦିନ ଏମିତି ଅଘଟଣା ଘଟୁଥିବ ତେବେ ଯାଇ ଶାସକ ଦଳର ନେତାଙ୍କ ଚେତାପଶିବ। ତାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ମନରେ ଉଙ୍କିମାରିଛି। ତଥାପି ସ୍ଥାନୀୟ ଜନପ୍ରତିନିଧି ଓ ଶାସକ ଦଳ ପକ୍ଷରୁ ଏହା ଉପରେ କୌଣସି ପ୍ରକାରେ ଭ୍ରୃକ୍ଷେପ କରୁନଥିବା ଜଣାପଡିଛି। ନିକେଶଜୋର ଅଞ୍ଚଳର ଗ୍ରାମବାସୀ ଭୋଟ ବର୍ଜନ ଠାରୁ ଆରମ୍ଭ କରି ନେତା, ପ୍ରଶାସନଙ୍କୁ କାଠକୁରା ଓ ନିକେଶଜୋର ମଧ୍ୟ ଭାଗରେ ଥିବା ଇନ୍ଦ୍ରାବତୀ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଜଣାଇ ଆସୁଛନ୍ତି। ହେଲେ ଏହାକୁ କୌଣସି ପ୍ରକାରେ ସମାଧାନର ବାଟ ଫିଟୁନଥିବା ଜଣାପଡିଛି। ତେବେ ଆଗକୁ ଏହି ଭଳି ଦୁର୍ଘଟଣାକୁ ଏଡ଼ାଇବା ଦିଆ ଯାଇନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଅଛି। ତେଣୁ କାଠକୁରା ନିକଟରେ ଥିବା ଇନ୍ଦ୍ରାବତୀ ନଦୀ ଘାଟ ଉପରେ ଏକ ପୋଲ ନିର୍ମାଣ ପାଇଁ ଦାବି ହେଉଅଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

 

 

Related posts

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ନୌକା

Leave a Comment

error: Content is protected !!