ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋସବ ସୁରଭି କାର୍ଯ୍ୟକ୍ରମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଖନପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୧୬ଟି ବିଦ୍ୟାଳୟ ସାମିଲ ହୋଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର ପ୍ରଭୃତି ପ୍ରଦର୍ଶିତ କରି ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାର ପତି ଭାବରେ ରଘୁନାଥ ଦାସ, ଅନିମା ରାଉତ, ଭରତ ନାୟକ ଆସନ ଅଳଂକୃତ କରିଥିବା ବେଳେ ସରପଞ୍ଚ ସରୋଜିନୀ ଦାସ, ସମିତି ସଭ୍ୟ ରବୀନ୍ଦ୍ର କୁମାର ସେଠୀ, ମାଖନପୁର ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବେହେରା, ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସୁଶାନ୍ତ ମହାପାତ୍ର, ଏସ ଏମ ସିର ସଭାପତି ରତ୍ନାକର ଦାସ ଉପସ୍ଥିତ ଥିଲେ । ଶିକ୍ଷକ ଲିଙ୍ଗରାଜ ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର କବି, ପିତାମ୍ବର ଦାସ, କରୁଣା କର ଶିଅଳ, ଯୁଧିଷ୍ଠିର ମହାରଣା, ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର କୁମାର ସିଅଳ, ଲଷ୍ମୀକାନ୍ତ ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ରାଧା ରସିକ ମୋହନ ବିଦ୍ୟାଳୟର ଛାତ୍ରୀ ମାନେ । ଶେଷରେ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ଜଳ ଶକ୍ତି କେନ୍ଦ୍ର ଉଦଘାଟିତ

Sunil Chandra Nayak

ଶ୍ରୀ ଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ “ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ ଅରବିନ୍ଦ” ଶୀର୍ଷକ ମଣ୍ଡଳ ସ୍ତରୀୟ ସମ୍ପlନ ଆୟୋଜିତ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

Leave a Comment

error: Content is protected !!