ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ ଉଡଘାଟିତ

ତେନ୍ତୁଳିଖୁଣ୍ଟି -୧୯/୧୦/୨୨ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଜରାଗୁଡା ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପଡିଆ ଠାରେ ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ନୀଳାଦ୍ରି ନାୟକ, ଉପାଧ୍ୟକ୍ଷ ରାକେନ୍ଦ୍ର ବିଷୋୟୀ, ସ୍ଥାନୀୟ ସରପଞ୍ଚ ରତ୍ନା ଜାନୀ, ସମିତି ସଭ୍ୟ ଜିତେନ୍ଦ୍ର କର୍କରା, କଂଗରା ସରପଞ୍ଚ ଦୁର୍ଯ୍ୟ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନୀ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସିନ୍ଧିଗୁଡା ଦଳ ନିର୍ଦ୍ଧାରିତ ଦଶ ଓଭର ରେ ନିଜର ସମସ୍ତ ବିକେଟ ହରାଇ ୫୭ ରନ କରିଥିବା ବେଳେ ଡ଼ଙ୍ଗରଭେଜା ଦଳ ୮ବିକେଟ ବିନିମୟରେ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲେ। ଏହି ମ୍ୟାଚରେ ସୁଶୀଲ କୁମାର ୨୦ ବଲରେ ସର୍ବାଧିକ ୪୯ ରନ କରିଥିଲେ। ଉକ୍ତ ମ୍ୟାଚ କିଶୋର ଖଣ୍ଡପାନ ଏବଂ ଭବାନୀ ଶଙ୍କର ମାଝୀ ପରିଚାଳନା କରିଥିବା ବେଳେ ଥବିର ହରିଜନ, ଜିତେନ୍ଦ୍ର ଖଣ୍ଡପାନ, ଆଶିଷ ମାଝୀ, କିଶୋର ଖଣ୍ଡପାନ,ଭୁଜବଲ ବାଘ, ନୀର ମାଝୀ ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ବ୍ଲକର ଷୋହଳ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଆସନ୍ତା ୨୪ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଟ୍ରାକ୍ଟର ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପରେ ପଡ଼ିଯିବାରୁ ମହିଳା ଶ୍ରମିକଙ୍କ ମୃତ୍ୟୁ

Sunil Chandra Nayak

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ମହିଳା । ସୋସାଇଡ଼ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ

Sunil Chandra Nayak

Leave a Comment

error: Content is protected !!