ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୨ ପାଳିତ

ଥୁଆମୂଳ ରାମପୁର:୧୯/୧୦ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସାଇସୁରନି କ୍ଲଷ୍ଟର ର ସୁରଭି ୨୦୨୨ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଣୁପୁର ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ ମୁଖ୍ୟ ଅଥିତି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲାପରିଷଦ ଜୋନ – ୨ ର ସଦସ୍ୟା ଟୁନି ଖୋସଲା, ଗୁରୁ ଭୀମସେନ ସାହୁ, କାଠଘରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜନ୍ମେଜୟ ଶବର, ଗୁଣପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଡୋଳାମଣି ସାହୁ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଟିକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଅଜିତ କୁମାର ନାୟକ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୪ ଟି ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ୧୦ ଟି ଇଭେଣ୍ଟରେ ଭାଗ ନେଇଥିଲେ ଏବଂ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ଯ ଅତିଥିଙ୍କ ଦ୍ବାରା ପୁରୁସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଶିକ୍ଷକ ଶୁଭେନ୍ଦୁ ସ୍ୱାଇଁ, ହରିଶ ଚନ୍ଦ୍ର ନାଏକ, ଆଶୁତୋଷ ପ୍ରଧାନ, ରତିକାନ୍ତ ପଣ୍ଡା, ରାଜକୁମାର ସାହୁ, ରାମସିଂ ମାଝୀ, ସୁନାଙ୍ଗ ମାଝୀ, ବିଜୟ କୁମାର ଶବର, ଓମକାର ମାଝୀ, ଦୁର୍ଯ୍ୟୋଧନ ମାଝୀ, ରିତେଶ ବାଗ, ମୁନା ରେଲି, ଲକ୍ଷ ସେନାପତି, ଧନଞ୍ଜୟ ଭୋଇ, ସହଦେଵ ଦିଶାରୀ ଏବଂ ଶିକ୍ଷୟତ୍ରୀ ଶୁଚିସ୍ମିତା ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମରେ କାଣୀଗୁମା ପଞ୍ଚାୟତର ସମିତି ସଭ୍ୟ ଉପେନ୍ଦ୍ର ନାଏକ, କେରପାଇ ପଞ୍ଚାୟତ ସମିତି ସଭ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ଗ୍ରାମବାସୀ ଓ ଅଭିଭାବକ ବୃନ୍ଦ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚନ୍ଦ୍ରକଳା ଦେଵୀ ଙ୍କ କବିତା କୁଆଁରୀମାନଙ୍କ ଫୁଲବଉଳବେଣୀ ଗୀତ 

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ହେ ନୀଳାଦ୍ରି ନାଥ

Sunil Chandra Nayak

ମହାନଦୀ ଉପରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ ଶେଷ, ଲୋକାର୍ପଣକୁ ଅପେକ୍ଷା

Sunil Chandra Nayak

Leave a Comment

error: Content is protected !!