ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଲତାଯୋର୍ ରେ ଏଲ କେ ବି କେ ଅନୁଷ୍ଠାନ ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ -20/10-ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ୍ ର କୁଲତାଯୋର୍ ଠାରେ ଲୋକ କଳା ବିକାଶ କେନ୍ଦ୍ର ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତି ଭାଗି ଭାବରେ ସ୍ଥାନୀୟ ଆଶା , ଅଙ୍ଗନୱାଡ଼ି , କିଶୋରୀ ବାଳିକା ୪୦ ଜଣ ଅଂଶ ଗ୍ରହଣ କରିଥିଲେ । ଲୋକ କଳା ବିକାଶ କେନ୍ଦ୍ରର କର୍ମୀ ଶିଳ୍ପାରାଣୀ ବେହେରା ସମସ୍ତଙ୍କୁ ସ୍ଵାଗତ ଜଣେଇ ଥିଲେ । ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ବୌଦ୍ଧ ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ , ସ୍ଥାନୀୟ ଏଏନଏମ ଉପସ୍ଥିତ ଥିଲେ । ଲୋକ କଳା ବିକାଶ କେନ୍ଦ୍ରର ସମ୍ପାଦିକା ପୁନର୍ବାର ସମସ୍ତଙ୍କୁ ସ୍ଵାଗତ ଜଣେଇ ବୈଠକ ପରିଚାଳନା କରିଥିଲେ। ବାଲ୍ୟ ବିବାହ ନିଷେଧ ଆଇନ ,ବାଲ୍ୟ ବିବାହ କଣ ସେ ବିଷୟରେ ସମ୍ପାଦିକା ମହାଶୟା ନିଜର ମତବ୍ୟକ୍ତ କରିଥିଲେ। ଶିଶୁ ର ଉପଯୁକ୍ତ ବୟସ ଆଇନ ଅନୁସାରେ ଝିଅ କୁ ୧୮ଓ ପୁଅ କୁ ୨୧ ବର୍ଷ ପରେ ହେଉଛି ବିବାହ ପାଇଁ ସଠିକ୍ ବୟସ ବୋଲି ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ମତବ୍ୟକ୍ତ କରିଥିଲେ । ଯିଏ ଏହି ନିୟମ ଅମାନ୍ୟ କରିବ ଆଇନ ଅନୁଯାୟୀ ଦଣ୍ଡିତ ହେବ ବୋଲି ଜଣେଇଥିଲେ। ସ୍ଥାନୀୟ ଏ ଏନ୍ ଏମ ଋତୁସ୍ରାବ ସମୟରେ ନିଜର ସ୍ବାସ୍ଥ୍ୟ ଯତ୍ନ କିପରି ନେବେ, କିଭଳି ସ୍ଵଚ୍ଛତା ର ଅବଲମ୍ବନ କରିବେ ସେ ବିଷୟରେ ବୁଝାଇଥିଲେ । ଅନୁଷ୍ଠାନ ତରଫରୁ କିଶୋରୀ ବାଳିକା ଏବଂ ମହିଳା ମାନଙ୍କୁ ସ୍ବାସ୍ଥ୍ୟ ସଚେତନତା ବିଷୟରେ ଅବଗତ କରାଇବା ସହିତ ସମସ୍ତ ପ୍ରତିଭାଗି ମାନଙ୍କୁ ଅନୁଷ୍ଠାନ ତରଫରୁ ସାନିଟାରୀ ନାପକିନ୍,ସାବୁନ, ସାନିଟାଇଜର , ମାସ୍କ ବଣ୍ଟନ କରାଯାଇଥିଲା। ଶେଷରେ ଅନୁଷ୍ଠାନର କର୍ମୀ ପ୍ରତାପ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ

Sunil Chandra Nayak

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!