ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ସାମ୍ବାଦିକ ସଙ୍ଘ( ଏସ ୟୁ ଜେ) ନବରଙ୍ଗପୁର ଜିଲ୍ଲା ସଙ୍ଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

ନବରଙ୍ଗପୁର,୨୩/୧୦( )- ଓଡିଶା ସମ୍ବାଦିକ ସଙ୍ଘ (ଏସ ୟୁ ଜେ) ନବରଙ୍ଗପୁର ଜିଲ୍ଲା ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲା ସଭାପତି ବିଭୁତି ପ୍ରସାଦ ପଣ୍ଡା ରାଜ୍ୟ ସଂଗଠନରେ ସମ୍ପାଦକ ପଦରେ ମନୋନୀତ ହେବା ପରେ ଜିଲା ସଭାପତି ଭାବେ ସଦାଶିବ ପ୍ରହରାଜଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି । ସାଧାରଣ ସମ୍ପାଦକ ଭାବେ ଅଶୋକ କୁମାର ସାହୁ, ଉପସଭାପତି ବାର୍ଥ ହରିଜନ ଓ ଜଗନ୍ନାଥ ନାୟକ, ଯୁଗ୍ମ ସମ୍ପାଦକ ଆଦିତ୍ୟ ସାହୁ, ସମ୍ପାଦକ ଭାବେ ସମରେନ୍ଦ୍ର ପଟ୍ଟନାୟକ ଓ ଶେଖର ଖୁରା, କୋଷାଧ୍ୟକ୍ଷ ଭାବେ ଏଲ.ସନ୍ତୋଷ ରାଓ ଏବଂ ଆଇନ ପରାମର୍ଶ ଦାତା ଭାବେ ଜିଲ୍ଲା ଆଇନଜୀବୀ ସଙ୍ଘର ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପାତ୍ରଙ୍କୁ ମନୋନୀତ କରାଯାଇଛି । ରାଜ୍ୟ ସମ୍ପାଦକ ବିଭୁତି ପ୍ରସାଦ ପଣ୍ଡା ଜିଲା ସଙ୍ଘର ଉପଦେଷ୍ଟା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ସୁଶାନ୍ତ କୁମାର ସାହୁ ଓ ଅରୁଣ କୁମାର ପଟ୍ଟନାୟକଙ୍କୁ ଚୟନ କରାଯାଇଛି । ସେହିଭଳି ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ଭାବେ ପ୍ରତିପ କୁମାର ଦାଶ, ଶ୍ରୀନିବାସ ଶତପଥୀ, ରବି ନାରାୟଣ ମହାନ୍ତି, ସୁବାସିନୀ ହରିଜନ ଓ ଲାଲୁ କର୍କରା ଓ ସଙ୍ଘର ପ୍ରବକ୍ତା ଭାବେ ସଞ୍ଜିବ ନନ୍ଦ ଙ୍କୁ ମନୋନୀତ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ମାନ୍ୟବର ସୁପ୍ରିମ କୋର୍ଟ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ଆଦେଶନାମା ଜାରି ପରିପ୍ରେକ୍ଷୀରେ..

Sunil Chandra Nayak

ଚଳିତ ବର୍ଷ ଧର୍ମଗଡ଼ ସହରରେ ନୂତନ ଭାବେ ସ୍ଥାପିତ ଏକ୍ସଲେନ୍ସ କୋଚିଂ ସେଣ୍ଟର ର ସଫଳତା

Sunil Chandra Nayak

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତିଲେ ୨ ବର୍ଷର ପୁଅ

Sunil Chandra Nayak

Leave a Comment

error: Content is protected !!