ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଟରସାଇକଲ ଦୁର୍ଘଟଣାରେ ଜଣେ ମୃତ୍ୟୁ

ଥୁଆମୂଳ ରାମପୁର:୨୪/୧୦ – (ମନିସ) :- ମଟରସାଇକଲ ଦୁର୍ଘଟଣା ଘଟିବାରୁ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କର୍ଲାପାଟ ଫାଣ୍ଡି ଗୁଣୁପୁର ପାଖ କାଠଘରା ଛକ ନିକଟରେ ଏହି ମଟରସାଇକଲ ଦୁର୍ଘଟଣା ଘଟିଛି। ସୂଚନାରୁ ଜଣାପଡିଛି ଯେ, ଥୁଆମୂଳ ଗ୍ରାମର ସୁମେଶ୍ବର ଦଳପତିଙ୍କ ପୁଅ ମଳୟ ଦଳପତି (୩୦) ନାମକ ବ୍ଯକ୍ତି ବୋଲି ଜଣା ପଡିଥିବାବେଳେ ସେ କିଛି କାମନେଇ ଭବାନୀପାଟଣା ଯାଇ ମଟରସାଇକଲ ଯୋଗେ ଘରକୁ ଫେରୁଥିବା ସମୟରେ ଗୁଣୁପୁର ଗ୍ରାମ ନିକଟବର୍ତ୍ତୀ କାଠଘରା ବୁଲାଣି ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଖବର ପାଇ ସ୍ଥାନୀୟ ଫାଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ଯବଛେଦ୍ ପାଇଁ ପଠାଇଥିଲେ। ବ୍ଯବଛେଦ୍ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏସଂକ୍ରାନ୍ତରେ ପୁଲିସ୍ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଭାଗ୍ଯଲେଖା

Sunil Chandra Nayak

ଜଂଗଲି କନ୍ଦା କୁ ନେଇ ଗ୍ରାହକ ଟଣାଅଟରା

Sunil Chandra Nayak

ସାହିତ୍ୟ ଜୀବନ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!