ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(NPS)ଆନ୍ଦୋଳନ ପାଇଁ ସଜବାଜ

ବୌଦ୍ଧ – 24/10- ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ (NPS)ସାଧାରଣ ବୈଠକ ରାଜ୍ୟ ସଂଘ ଉପସଭାପତି ଶମ୍ଭୁ ଗିରି ଙ୍କ ଅଧ୍ୟକ୍ଷତା ରେ ଗାୟତ୍ରୀ ପ୍ରଜ୍ଞା ପୀଠ ଜହ୍ନlପଙ୍କ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ମିଳିତ ଶିକ୍ଷକ ସଂଘ ର ଉପଦେଷ୍ଟା ଗୌରୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦାବି ହାସଲ କରିବାକୁ ହେଲେ ସଂଗଠନ କୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ l ଆରମ୍ଭରେ ବ୍ଲକ ସମ୍ପାଦକ ପ୍ରତାପ କୁମାର ବେହେରା ପୂର୍ବ ବୈଠକ ବିବରଣୀ ପାଠ କରି ଆଜିର ଲକ୍ଷ୍ୟ ଓ ଉଦ୍ୟେଶ ସମ୍ପର୍କ ରେ ଆଲୋଚନା କରିଥିଲେ l ଶିକ୍ଷା ସହାୟକ ଅବଧିକୁ ମୂଳ ଚାକିରୀ ରେ ଗଣନା ସହ 6 ଟି ଇନ୍କ୍ରିମେଣ୍ଟ ପ୍ରଦାନ,2800 ଗ୍ରେଡ଼ ପେ ପ୍ରଦାନ, ବ୍ଲକ ରେ ସମୟାନୁସାରେ ପଦୋନ୍ନତି ପ୍ରଦାନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା l ସରକାର ଯଦି ଉପରୋକ୍ତ ଦାବିଗୁଡିକ ତୁରନ୍ତ ମାନି ନ ନିଅନ୍ତି ଆଗାମୀ ଦିନ ରେ ଜ଼ିଲ୍ଲା ଓ ରାଜ୍ୟ ସ୍ତରରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଗଲା l କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟୟ ରେ ହରଭଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ବାମଦେବ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ କର୍ମକର୍ତ୍ତା ଚୟନ କରାଗଲା l ବୌଦ୍ଧ ବ୍ଲକ ସଂଘ ସଭାପତି ଭାବେ ରାଜକୁମାର ପ୍ରଧାନ, ଉପସଭାପତି ପ୍ରତାପ କୁମାର ବେହେରା , ସମ୍ପାଦକ ଉତ୍ତମ ନାଏକ, ସହ -ସମ୍ପାଦକ ଶରତ ପ୍ରଧାନ, କୋଷାଧକ୍ଷ ସୁଶାନ୍ତ କୁମାର ପଣ୍ଡା, ମିଡ଼ିଆ ସଂଯୋଜକ ଶବର ସେଠି ଓ ଶାନ୍ତନୁ ମିର୍ଧା ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଗଲା l ଏଥିସହ କାର୍ଯ୍ୟକାରୀ ସଭ୍ୟ ସଭ୍ୟା ରୂପେ ଦୁର୍ଗା ଶଙ୍କର ପରିଜା, ସଚ୍ଚିଦାନନ୍ଦ ମହାକୁଡ଼, ପଙ୍କଜ ଘାଣ୍ଟୁଆଲ, ସନତ ବାରିକ, ସୌମିତ୍ରୀ କର୍ଣ୍ଣ, ରଂଜିତା ମିଶ୍ର, ରେଣୁପ୍ରଭା ବେହେରା, ମମତା ବେରିହା, ବିଜୟିନୀ ପାତ୍ର ଙ୍କୁ ମନୋନୀତ କରାଗଲା l କମିଟି ର ଉପଦେଷ୍ଟା ରୂପେ ଗୌରୀ ପ୍ରସାଦ ସାହୁ, ଶମ୍ଭୁ ଗିରି ଓ ହୃଦାନନ୍ଦ ପ୍ରଧାନ ଙ୍କୁ ମନୋନୀତ କରାଗଲା l ଖୁବ ଶୀଘ୍ର ଆଞ୍ଚଳିକ ସ୍ତର ରେ ବୈଠକ ଆୟୋଜନ କରି ସଂଯୋଜକ ମନୋନୀତ କରିବାକୁ ନିଷ୍ପତ୍ତି ନିଆଗଲା l ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ଜ଼ିଲ୍ଲା ସଂଘ ସମ୍ପାଦକ ମହେଶ କୁମାର ସେଠି, ଉପସଭାପତି ବସନ୍ତ କୁମାର ବିଶ୍ୱାଳ, ହରଭଙ୍ଗା ବ୍ଲକ କୋଷାଧକ୍ଷ ପ୍ରସନ୍ନ ଭୋକ୍ତା ତଥା ଅନ୍ୟାନ୍ୟ ସଦସ୍ୟ ନିରଞ୍ଜନ ମେହେର, ଦେବେନ୍ଦ୍ର ହାତୀ, ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ସଂଗଠନ କୁ ମଜଭୁତ କରି ଯଥା ଶୀଘ୍ର ଆନ୍ଦୋଳନ କରିବାକୁ ମତପୋଷଣ କରିଥିଲେ l ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ରାଜ୍ୟ ସଂଘ ଉପ -ସଭାପତି ଶମ୍ଭୁ ଗିରି ନିଷ୍ଠା ର ସହ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ l ସାଧାରଣ ବୈଠକ ରେ ବ୍ଲକ ର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

 

Related posts

ମହାରାଷ୍ଟ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଙ୍କ ଦାବୀ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା ତୁମେ ଗଢିଛଏ ସୁନାର ସଂସାର

Sunil Chandra Nayak

ପ୍ରେମଲତା ଗିରି ଙ୍କ କବିତା ଅବକାଶ

Sunil Chandra Nayak

Leave a Comment

error: Content is protected !!