ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର – ମୋଟରସାଇକେଲ ଦୁର୍ଘଟଣା ୧ ମୃତ ଜଣେ ଗୁରୁତ୍ତର

ଡାବୁଗାଁ, ୨୫/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝାରମୁଣ୍ଡା ଛକ ନିକଟ ରେ କାର – ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ମୃତ ଓ ଜଣେ ଗୁରୁତ୍ତର | ସୂଚନାଯୋଗ୍ୟ:- ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଘ. ସମୟରେ ଡାବୁଗାଁ – ପାପଡାହାଣ୍ଡି ରାଜ୍ୟ ରାଜପଥ – ୩୯ ଉପରେ ଛତିଶଗଡ ରାଜ୍ୟର ରାୟପୁର ଅଞ୍ଚଳରୁ ଏକ କାର ନଂ ସିଜି ୦୪ ଏଲକ୍ୟୁ ୭୨୮୨ ଯୋଗେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଯାଉଥିବା ସମୟରେ ଡାବୁଗାଁ ଥାନା ଅଧୀନ ଝାରମୁଣ୍ଡା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ମୋଟରସାଇକେଲ ନଂ ଓଆର ୦୮ ଜି ୮୫୮୩ ଯୋଗେ ଆସୁଥିବା ୨ ଜଣ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ମୋଟରସାଇକେଲରେ ଥିବା ୨ ଜଣ ଗାଡି ସହ ରାସ୍ତା ଉପରେ ପଡି ଗୁରୁତ୍ତର ଥିବାରୁ ୨ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ଗୁରୁତ୍ତର ମାନେ ହେଲେ ପାପଡାହାଣ୍ଡି ବ୍ଲକର ଚେରଚେଟା ପଞ୍ଚାୟତ ଅଧୀନ ଝାଡିଆଗୁଡା ଗ୍ରାମର ଚନ୍ଦ୍ର ପରଜା (୪୨) ଓ ରାମ ପରଜା (୪୩) | ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚନ୍ଦ୍ର ପରଜାଙ୍କୁ ମୃତ ଘୋଷଣା କରିଥିଲେ | ରାମ ପରଜା ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଶିଶିରକାନ୍ତ ଘୋଷ ଓ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଥାନାକୁ ଆଣିଥିଲେ ଏବଂ ତଦନ୍ତ ଜାରି ରହିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ହୃଷୀକେଶ ଜାଲି ଙ୍କ କବିତା ମଣିଷ

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଙ୍କ ନାମରେ ଏନବିଡ୍ଲୁ ଜାରୀ

Sunil Chandra Nayak

ଭାରତୀୟ ଜନତା ଯୁବମୋର୍ଚା ତରଫରୁ କ୍ରାନ୍ତି ଦିବସ ଉପଲକ୍ଷେ ତ୍ରିରଙ୍ଗା ରାଲି

Sunil Chandra Nayak

Leave a Comment

error: Content is protected !!