ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଡ଼ର ରୂଲ ଦାବି କୁ ନେଇ ଆନ୍ଦୋଳନ ପାଇଁ ସଜବାଜ କନିଷ୍ଠ କିରାଣୀ ସଙ୍ଘ, (SSD) 

ଭବାନୀପାଟଣା ( ମ ନି ସ) 26/10/  ଦୀର୍ଘ 15 ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷ ଧରି କାମ କରିବା ପରେ ମଧ୍ୟ କେଡ଼ର ରୂଲ ଲାଗୁ ନହେବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କନିଷ୍ଠ କିରାଣୀ ଯାହାକୁ ନେଇ ଆଜି ରାଜ୍ୟ ୧୫ ରୁ ଉର୍ଦ୍ଧ୍ବ ଜିଲ୍ଲାର କନିଷ୍ଠ କିରାଣୀ ସଂଘର ପ୍ରତିନିଧି ଏକତ୍ରିତ ହୋଇଛନ୍ତି। ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ କନିଷ୍ଠ କିରାଣୀ ସଙ୍ଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ କଳାହାଣ୍ଡି ସମେତ ରାଜ୍ୟର ୧୫ ଟି ଜିଲ୍ଲାରେ ଥିବା କନିଷ୍ଠ କିରାଣୀ ସଂଘର ପ୍ରତିନିଧି ଯୋଗ ଦେଇଥିଲେ। ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗ ରେ କନିଷ୍ଠ କିରାଣୀ ମାନେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସରକାର କେଡ଼ର ରୂଲ ଲାଗୁ କରୁ ନାହାନ୍ତି ଫଳରେ କନିଷ୍ଠ କିରାଣୀ ମାନଙ୍କ ପଦୋନ୍ନତୀ ହେଉ ନାହିଁ । ସ୍ୱଳ୍ପ ଦରମା ରେ ପରିବାର ପ୍ରତିପୋଷଣ ସମସ୍ୟା ହେଉଥିବା ବେଳେ ସରକାର କେଡ଼ର ରୂଲ ଲାଗୁ କରୁଥିବା ନେଇ ସମସ୍ତ ଜିଲ୍ଲା ସ୍ତରରେ ପୂର୍ବରୁ ଜିଲ୍ଲାପାଳ ମାନଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଯାହାକୁ ନେଇ ୦୬.୦୩.୨୦୨୦ ତାରିଖରେ ରାଜ୍ୟ ସରକାର ଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ଦ୍ଵାରା କେଡ଼ର ରୂଲ ଓ ପଦୋନ୍ନତୀ ଦେବା ପାଇଁ ସରକାର ସମସ୍ତ ବିଭାଗ ଓ ସମସ୍ତ ଜିଲ୍ଲାପାଳ ମାନଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ବର୍ତ୍ତମାନ ସୁଦ୍ଧା ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି।ଏହାସହ 2019 ମସିହାରେ କନିଷ୍ଠ କିରାଣୀ ପଦବୀ କୁ ପରିବର୍ତ୍ତନ କରାଯାଇ କନିଷ୍ଠ ସହାୟକ କରିବା ପାଇଁ ନିର୍ଦ୍ଦେଶ ଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ଯାହାକୁ ନେଇ ଏବେ କନିଷ୍ଠ କିରାଣୀ ମାନଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି ଯଥା ଶୀଘ୍ର ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି। ଏହିି ସଭା ସଭାପତି ଶ୍ରୀ ବିକ୍ରମ ଗୋପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ସଭାରେ ଉପସଭାପତି ଶ୍ରୀ ଆଲୋକ କୁମାର ମହାକୁଡ଼, ସମ୍ପାଦକ ଶ୍ରୀ ଶ୍ରୀନିବାସ ମିଶ୍ର, ସହ ସମ୍ପାଦକ ଶ୍ରୀ ପ୍ରକୃତି ରଞ୍ଜନ ସାମଲ ଓ ଶ୍ରୀ ପ୍ରମୋଦ ମାଝୀ, ଉପଦେଷ୍ଟା ଶ୍ରୀ ଜୁଗଳ କିଶୋର ଗୌଡ଼, କୋଷାଦକ୍ଷ ଶ୍ରୀ ବିଭୁତି ଭୂଷଣ ନାଏକ ଓ ଚିତ୍ତରଞ୍ଜନ ପ୍ରଧାନ ତଥା ଶ୍ରୀ ସୁବ୍ରତ ବେହେରା, କିଶୋର ପଣ୍ଡା, ଅମୁଲ୍ୟ ବେହେରା, ସରୋଜ କୁମାର ମହାକୁଡ଼, ମହେଶ୍ୱର ମାଝୀ, ବିଭୁତି ଚଲାନ, ଜ୍ୟୋତି ଶଙ୍କର ହରିଜନ, ଶଙ୍କର ପ୍ରଧାନ, ନିରଞ୍ଜନ ପ୍ରଧାନୀ, କୃଷ୍ଣ ଚନ୍ଦ୍ର ବେହେରା, ବୀରେନ୍ଦ୍ର ନାୟକ ଉପସ୍ଥିତ ଥିଲେ l

ରଜନୀ କାନ୍ତ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଉଦଘାଟନ ହେଲା ଉମରକୋଟ ରେ ନୂଆ ଚର୍ଚ୍ଚ

Sunil Chandra Nayak

ଓଡିଶା ସାହିତ୍ୟ ଏକେଡ଼େମୀ ଆନୁକୂଲ୍ୟରେ ରାୟଗଡ ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସବ

Sunil Chandra Nayak

ପେନସନଭୋଗୀଙ୍କ ବାର୍ଷିକ ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!