ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ରେ ମାଓ ସମୀକ୍ଷା କଲେ ଡ଼ାଇରେକ୍ଟର ଇଣ୍ଟିଲିଯେନ୍ସ ଆଇଜି ସଂଜୀବ ପଣ୍ଡା

 କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ କଣାସାଲୁ ଜଙ୍ଗଲ ରେ ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀ ର ମୃତ୍ୟୁ ହୋଇଥିଲା।ମାଓବାଦୀ ମାନେ ସୁଡ୍ରା ଅଞ୍ଚଳରେ ପୁଲିସ ଇନ୍ଫୋର୍ମର ସନ୍ଦେହ ରେ ଜଣକୁ ହତ୍ୟା କରିଥିଲେ ,ରାସ୍ତା ନିର୍ମାଣ ଟ୍ରାକ୍ଟର ପୋଡ଼ି ଲାଲ ବାହୀନି ରଚିଥିଲେ ତାଣ୍ଡବଲୀଳା। ଏଥି ସକାଶେ ମାଓ ସମୀକ୍ଷା ର ଆବଶ୍ୟକ ଥିବାରୁ ଆଜି କନ୍ଧମାଳ ଗସ୍ତର ଦିନିକିଆ ଗସ୍ତରେ ହେଲିକେପ୍ଟେର ଯୋଗେ ଫୁଲବାଣୀ ରାଜ୍ୟ ଗୁଇନ୍ଦା ନିର୍ଦେଶକ ଆଇ ଜି. ସଂଜୀବ କୁମାର ପଣ୍ଡା ଙ୍କ ସହ ୭ ଜଣିଆ ଏକ ଟିମ ଅପରାହ୍ନ ୧୨ ସମୟରେ ଆସି ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆ ଠାରେ ଅବତରଣ କରି କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟକାର୍ଯ୍ୟାଳୟ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସେ ପ୍ରଥମେ ଆକାଶ ମାର୍ଗ ରୁ ମାଓ ପ୍ରଭାବିତ ଅଞ୍ଚଳ ଗୋଛାପଡା,ପାହୀରାଜୁ,କଲମ ପଦର,ଡୋକା, ମିଙ୍ଗୁନିପଦର,ସାଡ଼ିଙ୍ଗିଆ ,ଲୁବେନଗୁଡା,ଆଦି ମାଓ ପ୍ରଭାବିତ ଅଞ୍ଚଳ ଏରିଏଲ ସର୍ଭେ କରିଥିଲେ। ଆୟୋଜିତ ମାଓ ସମୀକ୍ଷା ବୈଠକରେ ଆଜି ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଯୋଗଦେଇ ମାଓ ଦମନ କାର୍ଯ୍ୟ ଏବଂ ଆଗାମୀ କାର୍ଯ୍ୟ ପନ୍ଥା କୁ ନେଇ ପୋଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ମାଓବାଦୀ ମାନେ ପ୍ରତିଶୋଧ ପରାୟଣ ହୋଇ ନିରୀହ ଲୋକ ମାନଙ୍କୁ ମାଓବାଦୀ ସନ୍ଦେହ ରେ ହତ୍ୟା କରୁଛନ୍ତି। ପୋଲିସ ସବୁବେଳେ ଲୋକମାନଙ୍କର ସୁରକ୍ଷା ପାଇଁ କାମ କରୁଛି। ମାଓବାଦୀ ମାନେ ହିଂସା ପରିହାର କରି ସାମାଜିକ ସ୍ରୋତରେ ସାମିଲ ହେବା ପାଇଁ ଆଇ ଜି ଅପରେସନ ଅମିତାଭ ଠାକୁର ଗଣମାଧ୍ୟମ କୁ ସୂଚନା ଦେଇ ଆହ୍ୱାନ କରିଥିଲେ। ସେହିପରି ବିଏସଏଫ ଆଇ ଜି ଧନଞ୍ଜୟ କୁମାର ଶର୍ମା କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଏସଏଫ ଏହି ଅଭିଯାନରେ ତାର ଭୂମିକା ନିର୍ବାହ କରୁଛି ବୋଲି କହିଥିବା ବେଳେ ତିନି ବାହୀନ ନିଜ ଭିତରେ ସମନ୍ୱୟ ରଖି ମାଓ ବିରୋଧୀ ଅପରେସନ ଜାରି ରଖିଛନ୍ତି ବୋଲି କହିଥିଲେ। ଏହି ସମୀକ୍ଷା ବୈଠକରେ ଡ଼ିଆଇଜି ଧୀରେନ୍ଦ୍ର କୁମାର, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଡ଼ିଆଇଜି ଅନିରୁଦ୍ଧ ସିଂ, ସିଆରଏଫ କମାଡେଣ୍ଟ ଆନନ୍ଦ ଝା ଙ୍କ ସହ କନ୍ଧମାଳ ଏସ ପି ଭିନିତ ଅଗ୍ରୱାଲ, ଏବଂ ବାଲିଗୁଡା ଏସ ଡି ପି ଓ ଜି . ରଘୁବେନ୍ଦ୍ର ଗୁଣ୍ଡାଲା ଯୋଗ ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ପ୍ରଫେସନାଲ ଫଟୋଗ୍ରାଫର ଏସୋସିଏସନ ର ବୈଠକ ଓ କର୍ମକର୍ତ୍ତା ମନୋନୟନ

Sunil Chandra Nayak

ଗଁଦିଆ ଏସବିଆଇ ଏଟିଏମ ଭାଙ୍ଗି ୨୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣା ପର୍ଦାଫାଶ, ୩ ଅଭିଯୁକ୍ତ ଗିରଫ, ୪ ଫେରାର

Sunil Chandra Nayak

ପୁଲିସ ମାଓବାଦୀ ଗୁଳିବିନିମୟ ଖସି ଗଲେ ମାଓ କମାଣ୍ଡର ନିଖିଳ ,ଦଶରୁ , ଅନୀଲ ଓ ମମତା ସମେତ ୨୫/୩୦ ମାଓବାଦୀ ଙ୍କ ଛତ୍ରଭଙ୍ଗ

Sunil Chandra Nayak

Leave a Comment

error: Content is protected !!