ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚକଡ଼ା ରୋଗପୋକ ରେ କ୍ଷତିଗ୍ରସ୍ତ ଚାଷୀ ତହସିଲଦାର ଓ କୃଷି ଅଧିକାରୀଙ୍କୁ ଭେଟି କ୍ଷତିପୂରଣ ପାଇଁ ଦାବିପତ୍ର ପ୍ରଦାନ

କୋକସରା,୩୦/୧୦ -( ମ ନି ସ)  ଆଉ କିଛି ଦିନ ପରେ ଧାନ ଅମଳ କ୍ଷମ ହୋଇଥାନ୍ତା । ହେଲେ ଚାଷୀ ଙ୍କ ପିଛା ଛାଡୁନାହିଁ ଦୁର୍ଦ୍ଦଶା । ଧାନ ଅମଳ କ୍ଷମ ବେଳକୁ ଚାଷୀଙ୍କୁ ସ୍ୱର୍ବସାନ୍ତ କରିଛି ଚକଡ଼ା ରୋଗ ପୋକ । ରାତିକ ମଧ୍ୟରେ ଆଖି ପିଛୁଳାକେ ଚରି ଯାଉଛନ୍ତି ହେକ୍ଟର ହେକ୍ଟର ଚାଷଜମି । ଚାଷୀ ର ବର୍ଷକ ର ଶସ୍ୟ କିଛି ଘଣ୍ଟା ମଧ୍ୟରେ ନଷ୍ଟ କରି ଦେଉଛି ଚକଡ଼ା ରୋଗ ପୋକ । ଚାଷୀମାନେ ଧାର କରଜ କରି କୃଷି କର୍ମଚାରୀଙ୍କ ପରାମର୍ଶରେ କୀଟନାଶକ ପ୍ରୟୋଗ କଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ।ଶେଷରେ ଚାଷୀ ମାନେ ନିରାଶ ହୋଇ କ୍ଷତିପୂରଣ ଦାବି କରି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକରେ । ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ଚକଡ଼ା ରୋଗ ପୋକ ବ୍ୟାପକ ମାତ୍ରାରେ ପ୍ରାଦୁର୍ଭାବ ବିସ୍ତାର କରିଥିବା ବେଳେ ବରାଡଙ୍ଗା ପଞ୍ଚାୟତ ଶିଉନି, କେନ୍ଦୁଡଙ୍ଗରି, ବରାଡଙ୍ଗା ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ଶନିବାର କୋକସରା ତହସିଲ କାର୍ଯ୍ୟାଳୟକୁ ଆସି କ୍ଷତିପୂରଣ ପାଇଁ ଦାବିପତ୍ର କୋକସରା ତହସିଲଦାର ଦେବବ୍ରତ କରାଟି ଓ କୃଷି ବିଭାଗ ଅଧିକାରୀ ହେମାନନ୍ଦ ମାଝୀ ଙ୍କୁ ପ୍ରଦାନ କରିଛନ୍ତି। ବରାଡଙ୍ଗା ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗଙ୍କ ସହ ଚାଷୀ ସୁରେଶ ଚନ୍ଦ୍ର ପଣ୍ଡା, ଗୋବିନ୍ଦ ମାଝୀ, ଶଙ୍କର ଧଙ୍ଗଡା ମାଝୀ, ପୃଥିରାଜ ବେହେରା, ପରମେଶ୍ବର ଧଙ୍ଗଡା ମାଝୀ, ଶରତ ଧଙ୍ଗଡା ମାଝୀ, ହିମାଂଚଳ ପୁଝାରି ଙ୍କ ଚାଷଜମି ସମ୍ପୂର୍ଣ୍ଣ ଭାବେ ଚକଡ଼ା ରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ କୋକସରା ତହସିଲଦାର ଙ୍କ ପ୍ରତିକ୍ରିୟା ନେବାରୁ ଚାଷୀମାନେ ଚାଷ କ୍ଷତି ନେଇ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୃଷିବିଭାଗକୁ ଆମେ ଚିଠି କରିଛୁ । ତଦନ୍ତ ରିପୋର୍ଟ ଆସିଲେ ସେ ଅନୁସାରେ ଚାଷୀ ଙ୍କୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଳି କହିଛନ୍ତି। ତେବେ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଚକଡ଼ା ରୋଗ ବ୍ୟାପୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା କୃଷିବିଭାଗ ଏ ଦିଗରେ ସତର୍କ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଶ୍ରମିକ ଦିବସ ୨୦୨୨ ମହାସମାରୋହରେ ପାଳିତ

ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ଙ୍କ କବିତା ତୁମ ପାଇଁ

Sunil Chandra Nayak

ନଦୀ ବାଲିର ଟେଣ୍ଡର ଅନିୟମିତତା

Leave a Comment

error: Content is protected !!