ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର 

କୋଷାଗୁମୁଡା,୧/୧୧ ମନିସ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଜନସାଧାରଣ ଆସି ଜିଲ୍ଲପାଳଙ୍କୁ ଭେଟି ନିଜ ନିଜର ଆପତ୍ତି ଅଭିଯୋଗ ଜଣାଇଥିଲେ । ଏଥିରେ ମୋଟ ୪୧ଗୋଟି ଅଭିଯୋଗ ପଞ୍ଜିକରଣ କରାଯାଇଥିଲା । ସେଥିମଧ୍ୟରୁ ୨୪ଜଣଙ୍କର ବ୍ୟକ୍ତିଗତ ଥିବାବେଳେ ୧୭ଗୋଟି ଗୋଷ୍ଟି ଅଭିଯୋଗ ରହିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ରାସ୍ତାଘାଟ ନିର୍ମାଣ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିଲିଙ୍ଗ ଅବ୍ୟବସ୍ଥା, ହିତାଧିକାରୀଙ୍କୁ ପେନସନର ବଣ୍ଟନ ସୁବ୍ୟବସ୍ଥା, ବିଦ୍ୟୁତ ସଂଯୋଗୀକରଣ, 5ଟି ସ୍କୁଲ ରୂପାନ୍ତରିକରଣସମ୍ପର୍କିତ ଅଭିଯୋଗର ଶୁଣାଣି କରିଥିଲେ l ଜିଲ୍ଲପାଳ ସମସ୍ତ ଅଭିଯୋଗ ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସମାଜ ସୁରକ୍ଷା ବିଭାଗ ତରଫରୁ ଜଣେ ଦିବ୍ୟାଙ୍ଗଙ୍କୁ ହୁଇଲ୍ ଚୈର୍, ଜଣକୁ ଟ୍ରାଏସାଇକଲ ଏବଂ ୧୦ଜଣ ଦିବ୍ୟାଙ୍ଗଙ୍କୁ ସ୍ମାର୍ଟ୍ କାର୍ଡ(ୟୁଡିଆଇଡି) ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ବ୍ଲକର ୨୫ ଗୋଟି ଉଚ୍ଚବିଦ୍ୟାଳୟ କୁ ପଟ୍ଟା ବଣ୍ଟନ କରଯାଇଥିଲା । ଶିବିରରେ ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷା ସର୍ବେଶ୍ଵରୀ ମାଝୀ, ବ୍ଳକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ l ଶେଷରେ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ବହୁଚରାମାତାଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ଶେଷ : ଆସନ୍ତା କାଲି ସନ୍ଧ୍ୟାରେ କଳସ ଯାତ୍ରା

Sunil Chandra Nayak

ରଥ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ଲତା ବେହେରା ଙ୍କ କବିତା ଜୀବନ ସାଥି 

Sunil Chandra Nayak

Leave a Comment

error: Content is protected !!