ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାହେଶ୍ଵରୀ ଗୋଶାଳାରେ ପବିତ୍ର ଗୋଷ୍ଠl ଅଷ୍ଟମୀ ଉତ୍ସବ ପାଳିତ

ବୌଦ୍ଧ – ୦୧/୧୧ – ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ପବିତ୍ର ଗୋଷ୍ଠl ଅଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି l ଏହି ଅବସରରେ ଗୋଠ ପୂଜା, ଗୋପୁଜନ ସହିତ ଅଧକ୍ଷ ନିର୍ଗୁଣ ମହାକୁଡଙ୍କ ସଭାପତିତ୍ବ ଓ ସମ୍ପାଦକ କୃତିବାସ ପଲିଆଙ୍କ ସଂଯୋଜନା ରେ ଏକ ସଭା ଆୟୋଜନ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମଚାରୀ ନିଲେଜ୍, ମୁଖ୍ୟ ବକ୍ତା ଭାବେ ପ୍ରବକ୍ତା ଆଦିତ୍ୟ ମେହେର, ସମ୍ମାନୀତ ଅତିଥି ଭାବେ ବାବା ଖଗେଶ୍ବର ବାନପ୍ରସ୍ତି ଯୋଗଦେଇ ଗୋପୂଜନ, ଗୋସୁରକ୍ଷା,ଗୋ – ଆଧାରିତ ଜୀବିକା ଓ ଗୋଶାଳା ର ଉନ୍ନତି ନିମନ୍ତେ ସମସ୍ତ ସହିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଏହି ଉତ୍ସବ ଆୟଜନରେ ଗୋଶାଳା ର ଉପାଧ୍ୟକ୍ଷ ହୃଷୀକେଶ ଖେତି, ଗୋଶାଳା ପରିଚାଳକ ରବି ନାରାୟଣ ମିଶ୍ର, ଗୋସେବକ ତ୍ରିପୁରା ଧଳ, ସୁଶାନ୍ତ ସ୍ୱାଇଁ ଗୋସେବିକl ତପସ୍ଵିନୀ ପଲିଆ, ଉର୍ମିଳା ପ୍ରଧାନ ଓ କବିତା ପ୍ରଧାନ, ଭୁବନ ବେହେରା, ଦେବାଶିଷ ପ୍ରଧାନ, ଶଶାଙ୍କ ପ୍ରଧାନ, ଆକାଶ ଜେନା ପ୍ରମୁଖ ସହଯୋଗ କରିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବିଲାତି କୁକୁର ଚାଷ

Sunil Chandra Nayak

କୋକସରା ପୁଲିସ ରେ ବିଜୟା ଦଶମୀ ଉତ୍ସବ ରେ ପୁଜିତ ହେଲେ ମା ଭଣ୍ଡାର ଘରଣୀ

Sunil Chandra Nayak

ମିନଗୁର ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ନିହାରୀକା ବେହେରା ଆସନ ଅକ୍ତିଆର କଲେ

Sunil Chandra Nayak

Leave a Comment

error: Content is protected !!