ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛେଣ୍ଡ କଲୋନୀ ସ୍ଥିତ ଭିଏସଏସ ମାର୍କେଟ ର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟର ଶୁଭାରାମ୍ଭ

ରାଉରକେଲା/ ବହୁଦିନର ଦାବିକୁ ପ୍ରଶାସନ ଗ୍ରହଣ କରି, ଆରଏମସି ତରଫରୁ ଛେଣ୍ଡ କଲୋନୀ ସ୍ଥିତ ଭିଏସଏସ ମାର୍କେଟର ସମ୍ପୂର୍ଣ ମରାମତି କାର୍ଯ୍ୟ ୭୧ଲକ୍ଷ ଟଙ୍କା ବ୍ୟୟରେ କରାଯିବା ପାଇଁ ରାଉରକେଲା ର ବିଧାୟକ ଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା l ମାର୍କେଟର ସଭାପତି କାବୁଲି ପ୍ରତିହାରୀ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ଶ୍ରୀ ନାୟକ ଯୋଗ ଦେଇ ଶୁଭ ଆରମ୍ଭ କରି ଥିଲେ l ମାର୍କେଟ କାର୍ଯ୍ୟକୁ ଅତି ନିଷ୍ଠାର ସହିତ ଭଲ ଭାବରେ କରିବା ପାଇଁ ଠିକାଦାରଙ୍କୁ ଉପଦେଶ ଦେଇ ଦୋକାନୀ ଭାଇମାନଙ୍କୁ ସହଯୋଗ କରିବାସହିତ ତଦାରଖ କରିବା ପାଇଁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜୟନ୍ତ କୁମାର ମିଶ୍ର, ଜର୍ଜ ଆନନ୍ଦ, ଦେବନନ୍ଦନ ତ୍ରିପାଠୀ, ଅକ୍ଷୟ ଜେନା, ପ୍ରେମା ବଡ଼lଇକ, ପ୍ରତାପ ଦାସ, ମନୋଜ ପଣ୍ଡା, ପ୍ରତାପ ସାହୁ, ବିଶ୍ୱନାଥ ଦାସ, ପ୍ରଦୀପ ଦାସ, କାଶୀନାଥ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାଇକ୍ ଦୁର୍ଘଟଣା ରେ ୩ ଗୁରୁତର

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଏଇତ ଜୀବନ ଖେଳ 

Sunil Chandra Nayak

ଦୁନିଆରେ ମାନବିକତା ବଞ୍ଚିଛି ! ସ୍କୁଲ ଶିକ୍ଷକ ଅଶୋକ ଗିରି ରାସ୍ତାରୁ ପାଇଥିବା ପର୍ଶ, ଦସ୍ତାବିଜ ଏବଂ ୨୦ ହଜାର ଟଙ୍କା ଫେରାଇ ମହନୀୟତା ପ୍ରଦର୍ଶନ 

Sunil Chandra Nayak

Leave a Comment

error: Content is protected !!