ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଚ୍ଚ ନ୍ୟାୟାଳୟ ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ : ଜିଲ୍ଲା କୋର୍ଟ ପରିଦର୍ଶନ : ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ନବରଙ୍ଗପୁର– ଓଡ଼ିଶା ହାଇକୋର୍ଟ ର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲା କୋର୍ଟ ସହ ନବରଙ୍ଗପୁର ର କୋର୍ଟ ଗୁଡିକ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ’ ଜିଲ୍ଲା ଆଇନଜୀବୀ ସଂଘ ସଦସ୍ୟ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ତାଙ୍କୁ ସ୍ୱାଗତ ଜଣାଇ ଆଇନଜୀବୀ ସଂଘ ତରଫରୁ ଏକ ସଭା ଆୟୋଜିତ ହୋଇଥିଲା। ବିଚାରପତି ଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସଂଘ ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ର ରେଜିଷ୍ଟ୍ରାର (ଇନିସପେକସନ୍) ଶ୍ରୀ ପ୍ରଭାକର ଗାଣ୍ଠିଆ, ନବରଙ୍ଗପୁର ଜିଲ୍ଲା ଜଜ୍ ଶ୍ରୀ ସଞ୍ଜୀବ ଦୁବେ ମନ୍ଚାସୀନ ଥିଲେ। ବରିଷ୍ଠ ଆଇନଜୀବୀ ପ୍ରକାଶ ଚନ୍ଦ୍ର ମିଶ୍ର ଓ ଝାଡେଶ୍ୱର ଖାଡଙ୍ଗା ନିଜ ବକ୍ତବ୍ୟ ମାଧ୍ୟମରେ ସଂଘ ଓ ମହକିଲ ମାନଙ୍କ ବିଭିନ୍ନ ସମସ୍ୟା ଓ ତା’ର ପ୍ରତିକାର ସମ୍ବନ୍ଧରେ ଆଲୋଚନା କରିଥିଲେ। ଜିଲ୍ଲାର ସର୍କିଟ ଭିଜିଲାନ୍ସ କୋର୍ଟ କୁ ଯଥା ଶୀଘ୍ର ନିୟମିତ କୋର୍ଟ କରିବା ପାଇଁ ଓ ଜିଲ୍ଲା ଆଇନଜୀବୀ ସଂଘ ର ପ୍ରସ୍ତାବିତ ଗୃହ ନିର୍ମାଣ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ବିଚାରପତି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା, ଏହି ସ୍ମାରକ ପତ୍ର କୁ ଆଇନଜୀବୀ ଶୁଭାଷ ଚନ୍ଦ୍ର ପାଳ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ସମ୍ପାଦକ ରାମ ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ବାଲାଜୀ ପ୍ରସାଦ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ବିରେନ୍ଦ୍ର କୁମାର ନାୟକ, ଉମେଶ ଚନ୍ଦ୍ର ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ଅରବିନ୍ଦ ପ୍ରସାଦ ପଟ୍ଟନାୟକ, ବି.ବି.ପଟ୍ଟନାୟକ, ସି. ଏଚ୍. ବାବା ଯୁଗନ୍ଧର, ରାଜ୍ୟ ଆଇନଜୀବୀ ପରିଷଦ ର ପୂର୍ବତନ ସଦସ୍ୟ ବିଷ୍ଣୁ ପ୍ରସାଦ ପାତ୍ର, ଗଜପତି ପଟ୍ଟନାୟକ, ସଚ୍ଚି ନନ୍ଦନ ସ୍ୱାଇଁ, ମୀନକେତନ ପୂଜାରୀ, ସମରେଶ ଗନ୍ତାୟତ, ଅନୁପମା ଗନ୍ତାୟତ, ଜେନିଫର ସୁନା, ସ୍ନେହଲତା ଦେବୀ, ପ୍ରଫୁଲ୍ଲ ସିଂ, କିଶୋରୀ ପଟ୍ଟନାୟକ, ରବିନ୍ଦ୍ର ପ୍ରସାଦ ପାଢ଼ୀ, ଦାମୋଦର ତ୍ରିପାଠୀ, ଅର୍ଜୁନ ବିଷୋୟୀ, ଉପେନ୍ଦ୍ର ବିଷୋୟୀ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଗୋପାଳ କୃଷ୍ଣ ନାୟକ, ଗୋପାଳ କୃଷ୍ଣ ଶତପଥୀ, ଗୋପାଳ ବିଷୋୟୀ, ସଦାଶିବ ସାହୁ, ମହେଶ୍ବର ମହାପାତ୍ର, ତୁଳସୀ ରାମ ସମରଥ, ସୀମାନ୍ଚଳ ପାତ୍ର, ସୀମାନ୍ଚଳ ପାଢ଼ୀ, ସୁରଜ ନାୟକ, ସନ୍ତୋଷ ମିଶ୍ର, ସତୀଶ ଚନ୍ଦ୍ର ନାୟକ, ଶ୍ୟାମା ପ୍ରସାଦ ମାଝୀ, ବାବୁଲି ବାଗ୍, ରାମ ଚନ୍ଦ୍ର ନାୟକ, ତପନ ସିଂ, ସନ୍ତୋଷ ନାୟକ, ସ୍ୱାଗତିକା ସାମନ୍ତରାୟ, ଆସେର ଜାନୀ, ଅମର ବିଷୋୟୀ, ନମିତା ପଟ୍ଟନାୟକ, ପ୍ରସନ୍ନ ପ୍ରସାଦ ପଟ୍ଟନାୟକ, ସି. ଏଚ୍ ଚନ୍ଦ୍ର ଶେଖର ରାଓ, ପ୍ରତାପ କୁମାର ପଣ୍ଡା, ଝାଡେଶ୍ୱର ମହାନ୍ତି, ଉମରକୋଟ ଆଇନଜୀବୀ ସଂଘ ସଭାପତି ପ୍ରଶାନ୍ତ ସାହୁ, ସମ୍ପାଦକ ଶାନ୍ତନୁ ବାହିନୀପତି, ମନୋହର ମହାନ୍ତି, ହରି ନାରାୟଣ ବେହେରା, ଦେବୀ ପ୍ରସାଦ ସିଂ, ସୁବୋଧ ଚନ୍ଦ୍ର ବେନ୍ୟା, ମାନସ ତ୍ରିପାଠୀ, ସଞ୍ଜୟ ପ୍ରଦୀପ ସୁନା, ସେକ୍ ବାବା ଆଲିସା, ମହମ୍ମଦ ତାଜ ଇମ୍ରାନ ସରିଫ୍, ମୀନାକ୍ଷୀ ପାଢ଼ୀ, ପଙ୍କଜିନୀ ତ୍ରିପାଠୀ, ଶ୍ରୀକାନ୍ତ କୁମାର ପଣ୍ଡା, ଶର୍ମିଷ୍ଠା ରଥ, ଅଜିତା ଦାସ, ରାକ୍ଷୀ ଜୈନ, ସୁଦର୍ଶନ ପାତ୍ର, କିଶୋର ପଟ୍ଟନାୟକ, ପ୍ରଦୀପ କୁମାର ଦାଶ, ପ୍ରିତୀ ଚୌଧୁରୀ, ଶ୍ରୀଧର ଦାଶ, ଦୀନେଶ ରାଜ କର୍କରା, ସୁଦାମ କୁମାର ସରାବୁ, ଯଶୋବନ୍ତ ନାୟକ,ପ୍ରଶାନ୍ତ ପଟ୍ଟନାୟକ,ରାଜ କିଶୋର ନାଗ, ଲକ୍ଷ୍ମୀ କାନ୍ତ ମିଶ୍ର, ମହେଶ୍ବର ମହାପାତ୍ର, ସଞ୍ଜୀବ କୁମାର ଭକ୍ତ, ଅନୀଲ କୁମାର ଦାଶ, ଶ୍ରୀଧର ଦାଶ, ମୁରଲୀଧର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ପ୍ରତିବାଦ

Sunil Chandra Nayak

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ରେ କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!