ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏବିଭିପିର ଜୁନାଗଡ଼ ଓ ଧର୍ମଗଡ଼ ନଗର ସମ୍ମିଳନୀ ଅନୁଷ୍ଠିତ

ଜୁନାଗଡ଼ – ୪/୧୧(ମ ନି ସ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଜୁନାଗଡ଼ ନଗର ଓ ଧର୍ମଗଡ ନଗର ସମ୍ମିଳନୀ ଅନୁଷ୍ଠିତ ହେବା ସହିତ ଦୁଇଟି ନଗରର ନୂତନ ନଗରକାର୍ଯ୍ୟ କାରିଣୀ ଘୋଷଣା ହୋଇଛି |ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌରଭ ମିଶ୍ର ଓ କଳାହାଣ୍ଡି ଜ଼ିଲ୍ଲା ସଂଯୋଜକ ତନ୍ମୟ ବିଶି ଅତିଥି ଭାବେ ଯୋଗ ଦେଇ ଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଜୁନାଗଡ଼ କଲେଜ ଶାଖା ସଭାପତି ଶୋଭିତା କୈବର୍ତ୍ତ ଓ ଶାଖା ସମ୍ପାଦକ ତନିଶା ଦୀପ ଏବଂ ଚମେଲୀ ଦେବୀ ମହିଳା ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ସଭାପତି ସୁମିତ୍ରା ଭୋଇ ଉପସ୍ଥିତ ଥିଲେ | ଏହି ବୈଠକରେ ନୂତନ କାର୍ଯ୍ୟ କାରିଣୀ ଘୋଷଣା ହୋଇ ଥିଲା | ଜୁନାଗଡ଼ର ନୂତନ ନଗର ସମ୍ପାଦକ ଭାବେ ସଂଜୀବ ମାଝୀ ଓ ଧର୍ମଗଡ଼ ନଗର ସମ୍ପାଦକ ଭାବେ ଦି ଡିଳେଶ୍ୱର ହୋଇଥିଲେ | ଧର୍ମଗଡ଼ ନଗର ସହ ସମ୍ପାଦକ ଭାବେ ଅଭିମନ୍ୟୁ ଧଙ୍ଗଡ଼ାମାଝୀ, ତମନ୍ନା ଶବର, ଅଭିତା ଭୋଇ ଓ ପାଠ୍ୟ ଚକ୍ର ପ୍ରମୁଖ କୃଷ୍ଣା ବେହେରା, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ରୋଶନ ନାଏକ ଭଳି ବିଭିନ୍ନ ଦାଇତ୍ୱ ବଣ୍ଟନ କରା ଯାଇଛି | ଆଗାମୀ ଦିନରେ ଏବିଭିପିର କାର୍ଯ୍ୟ ବିସ୍ତାର କରିବା ସହିତ ବିଦ୍ୟାର୍ଥୀ ମାନଙ୍କୁ ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ରୀୟ ପୁନଃ ନିର୍ମାଣରେ ଭାଗ ନେବା ପାଇଁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୌରଭ ମିଶ୍ର ନିଜର ମତ ରଖିଛନ୍ତି |

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନୁନପୂର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବନ୍ଧା ଗାଁରେ ଶ୍ରୀରାମ ନବମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମ ଯଜ୍ଞ ଆୟୋଜିତ

Sunil Chandra Nayak

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ କବିତା ଚାଲ ଫେରିଯିବା ଆଦିମ ଯୁଗକୁ

Sunil Chandra Nayak

Leave a Comment

error: Content is protected !!