ଜୁନାଗଡ଼ – ୪/୧୧(ମ ନି ସ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଜୁନାଗଡ଼ ନଗର ଓ ଧର୍ମଗଡ ନଗର ସମ୍ମିଳନୀ ଅନୁଷ୍ଠିତ ହେବା ସହିତ ଦୁଇଟି ନଗରର ନୂତନ ନଗରକାର୍ଯ୍ୟ କାରିଣୀ ଘୋଷଣା ହୋଇଛି |ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌରଭ ମିଶ୍ର ଓ କଳାହାଣ୍ଡି ଜ଼ିଲ୍ଲା ସଂଯୋଜକ ତନ୍ମୟ ବିଶି ଅତିଥି ଭାବେ ଯୋଗ ଦେଇ ଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଜୁନାଗଡ଼ କଲେଜ ଶାଖା ସଭାପତି ଶୋଭିତା କୈବର୍ତ୍ତ ଓ ଶାଖା ସମ୍ପାଦକ ତନିଶା ଦୀପ ଏବଂ ଚମେଲୀ ଦେବୀ ମହିଳା ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ସଭାପତି ସୁମିତ୍ରା ଭୋଇ ଉପସ୍ଥିତ ଥିଲେ | ଏହି ବୈଠକରେ ନୂତନ କାର୍ଯ୍ୟ କାରିଣୀ ଘୋଷଣା ହୋଇ ଥିଲା | ଜୁନାଗଡ଼ର ନୂତନ ନଗର ସମ୍ପାଦକ ଭାବେ ସଂଜୀବ ମାଝୀ ଓ ଧର୍ମଗଡ଼ ନଗର ସମ୍ପାଦକ ଭାବେ ଦି ଡିଳେଶ୍ୱର ହୋଇଥିଲେ | ଧର୍ମଗଡ଼ ନଗର ସହ ସମ୍ପାଦକ ଭାବେ ଅଭିମନ୍ୟୁ ଧଙ୍ଗଡ଼ାମାଝୀ, ତମନ୍ନା ଶବର, ଅଭିତା ଭୋଇ ଓ ପାଠ୍ୟ ଚକ୍ର ପ୍ରମୁଖ କୃଷ୍ଣା ବେହେରା, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ରୋଶନ ନାଏକ ଭଳି ବିଭିନ୍ନ ଦାଇତ୍ୱ ବଣ୍ଟନ କରା ଯାଇଛି | ଆଗାମୀ ଦିନରେ ଏବିଭିପିର କାର୍ଯ୍ୟ ବିସ୍ତାର କରିବା ସହିତ ବିଦ୍ୟାର୍ଥୀ ମାନଙ୍କୁ ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ରୀୟ ପୁନଃ ନିର୍ମାଣରେ ଭାଗ ନେବା ପାଇଁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୌରଭ ମିଶ୍ର ନିଜର ମତ ରଖିଛନ୍ତି |
ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ