ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚ କୁଣ୍ଡୀୟ ବିଶଶାନ୍ତି ମହାଯଜ୍ଞ ଆରମ୍ଭ

ଢେଙ୍କାନାଳ(ମସୀହା) 4/11 / ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତେନ୍ତୁଳିସିଂହା ଗ୍ରାମର ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିରରେ ପଞ୍ଚକୁଣ୍ଡିୟ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୫ ଦିନଧରି ଚାଲିବ। ଦୀର୍ଘ ୨୫ ବର୍ଷଧରି ଏହି ପଞ୍ଚକୁଣ୍ଡିୟ ବିଶ୍ବସାନ୍ତ ଯଜ୍ଞ ଚାଲି ଆସୁଅଛି। ଯଜ୍ଞର ମୁଖ୍ୟ ଉଦେଶ୍ୟ ହେଲା ବିଶ୍ବର ମଙ୍ଗଳ କାମନା। ଏହା କାର୍ତ୍ତିକ ମାସର ନବମି ଦିନଠାରୁ ଆରମ୍ଭ କରି ପଞ୍ଚମୀ ତିଥିରେ ସମାପ୍ତ ହୋଇଥାଏ।କଳସ ଯାତ୍ରାରେ ଆଖପାଖ ଗ୍ରାମର ମା ଓ ଭଉଣୀ ମାନେ ସାମିଲି ହୋଇଥିଲେ l ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ଲାଗିଥିବାରୁ ମନ୍ଦିର କମିଟିର ନିଷ୍ପତ୍ତି ଅନୁଯାୟୀ ଚତୁର୍ଥି ତିଥିରେ ସମାପ୍ତ ହେବ। ବିଗତ ଦୁଇ ବର୍ଷ କରୋନା କଟକଣା ଯୋଗୁ ଯଜ୍ଞ ବନ୍ଦ ଥିଲା। ଚଳିତବର୍ଷ ପରିସ୍ଥିତି ସ୍ବଭାବିକ ଥିବାରୁ ମନ୍ଦିର କମିଟି ତରଫରୁ ବେଶ ଉତ୍ସାହ ସହ ପାଳନ କରାଯାଉଛି।ଆଖ ପାଖ ଗ୍ରାମରୁ ଭକ୍ତଙ୍କ ସୁଅ ଛୁଟୁଛି ଏହି ପରିପ୍ରେ୍ଷୀରେ ଭକ୍ତ ଓ ଭଗବାନଙ୍କର ଅପୂର୍ଵ ମିଳନ ଦେଖିବାକୁ ମିଳୁଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରତିବାଦ ଦିବସ ରେ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ

Sunil Chandra Nayak

କଳାହାଣ୍ଡି ଜିଲ୍ଳାପରିଷଦ ୧୩ଟି ମଣ୍ଡଳୀ ରେ ଥିବା ୧-ନମ୍ବର ଜୋନରେ ବିଜେଡି ୧୧ ଆସନ ଓ ବିଜେପି ୨ଟି ଆସନରେ ବିଜୟୀ

Sunil Chandra Nayak

Leave a Comment

error: Content is protected !!