ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ପ୍ରେସକ୍ଳବ ଠାରେ ଦୁର୍ନୀତି ପ୍ରଗତି ପ୍ରତିବନ୍ଧକ ଆଲୋଚନା ଚକ୍ର ଅନୁଷ୍ଠିତ

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ତା ୨/୧୧/୨୦୨୨ ରିଖ ବୁଧବାର ଦିନ ସନ୍ଧ୍ୟା ୬ଟା ସମୟରେ ଫୁଲବାଣୀ ପ୍ରେସକ୍ଳବ ଠାରେ ଜିଲ୍ଲା ପ୍ରେସକ୍ଳବ ଓ ମିଳିତ ନାଗରିକ କମିଟି ର ମିଳିତ ସହଯୋଗରେ ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଦୁର୍ନୀତି ପ୍ରଗତି ର ପ୍ରତିବନ୍ଧକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଡି ଏସ ପି ଅରୁଣ କୁମାର ନାୟକ ଯୋଗଦେଇ ଦୁର୍ନୀତି ତଳସ୍ତର ରୁ ଉପର ପର୍ଯ୍ୟନ୍ତ ଛାଇ ଭଳି ନିଜ ଦେହ ସହ ଲାଗିରହିଛି । ଯେବେ ଛାଇ କୁ ଦେହ ଠାରୁ ଅଲଗା କରିହେବ ନାହିଁ ସେଭଳି ସମାଜରୁ ଦୁର୍ନୀତି ର ଉତ୍ପାଟନ କରିବା ଅସମ୍ଭବ । ସମସ୍ତେ ସଚେତନ ହୋଇ ଦୁର୍ନୀତି ହଟାଇବା ପାଇଁ ଚେଷ୍ଟା କଲେ ଦୁର୍ନୀତି ମୁଳ ରୁ ହଟି ପାରିବ ନାହିଁ କିନ୍ତୁ ନିୟନ୍ତ୍ରଣ ରେ ରହି ପାରିବ ବୋଲି ନିଜର ଭାଷଣ ମାଧ୍ୟମରେ ଭିଜିଲାନ୍ସ ଡି ଏସ ପି ଶ୍ରୀ ନାୟକ କହିଥିଲେ । ସମ୍ମାନିତ ଅତିଥି ଭାବେ କମାଡେଣ୍ଟ ନବୀନ କିଶୋର ପଣ୍ଡା, ମୁଖ୍ୟବକ୍ତା ଭାବେ ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ ଅରୁପ କୁମାର ଜେନା ,ଅନ୍ୟତମ ଅତିଥି ଭାବେ ବରିଷ୍ଠ ନାଗରିକ ତଥା ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ କମଳା କାନ୍ତ ପାଣ୍ଡେ ,ପ୍ରେସକ୍ଳବ ଉପ ସଭାପତି ସନ୍ତୋଷ କୁମାର ଦିଗାଲ,ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଦୁର୍ନୀତି ଏକ ବ୍ୟାଧି ହୋଇ ସମସ୍ତ କୁ ଗ୍ରାସ କରି ସାରିଛି। ପ୍ରତ୍ୟେକ ଲୋକ ନିଜକୁ ନିଜେ ସଚେତନ ହେଲେ ଦୁର୍ନୀତି କୁ ରୋକାଯାଇ ପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ ନବ କିଶୋର ରଥ, ଆଇନଜୀବୀ ତଥା ପ୍ରେସକ୍ଳବ ଉପ ସଭାପତି ସତ୍ୟନାରାୟଣ ବେହେରା, ସାମ୍ବାଦିକ ଅଶୋକ ରାୟ,ବରିଷ୍ଠ କଳାକାର ଜଳନ୍ଦର ବେହେରା,ପ୍ରମୁଖ ଦୁର୍ନୀତି ରୋକିବା କୁ ହେଲେ ମନଭାଵ ପରିବର୍ତ୍ତନ କରିବା ସହ ସଚେତନ ଆବଶ୍ୟକ ରହିଛି ବୋଲି କହିଥିଲେ ।ବରିଷ୍ଠ ନାଗରିକ କମିଟି ର ଆବାହକ ତଥା ପ୍ରେସକ୍ଳବ ଉପ ସଭାପତି ଅଶୋକ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରେସକ୍ଳବ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଆଲୋଚନା ଚକ୍ର ରେ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ରେ ମୃତ୍ୟୁ ଘଟଣା: ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

ଏକଲ୍ ର ରାଜ୍ୟ ସ୍ତରୀୟ ଖେଳକୁଦ , ହାଇଜମ୍ପରେ ସୁରୁଜୁଲିର ହରିପ୍ରୀୟା ରଣା ପ୍ରଥମ

Sunil Chandra Nayak

ଡିଲର ଫେଡେରେସନର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

Leave a Comment

error: Content is protected !!