ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

ନୂଆପଡା, ନୂଆପଡ଼ା ଜିଲ୍ଳା ଖଡ଼ିଆଳ ଥାନା ଅନ୍ତର୍ଗତ ଭୋଜପୁର ଗ୍ରାମରେ ଦୁଇ ଭାଇଙ୍କ ମଧ୍ୟରେ ଟଙ୍କା ଭାଗ ବଣ୍ଟାକୁ ନେଇ ନକୁଳ ମହାନନ୍ଦକୁ ହତ୍ୟା କରିଥିବା ଅଭିଯୋଗରେ ସାନ ଭାଇ ସୁରେଶ ମହାନନ୍ଦ (୨୫) କୁ କୋର୍ଟ ଚାଲାଣ ପୁଲିସ। ମା ବାଲମତି ମହାନନ୍ଦଙ୍କ ଅଭିଯୋଗ ଅନୁଯାୟୀ ଜମି ବାବଦକୁ ତାଙ୍କ ପାଖରେ ୩୫୦୦ ଟଙ୍କା ଥିଲା । ସେହି ଟଙ୍କା ଭାଗ ବଣ୍ଟା ଘଟଣାକୁ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇ ଉଗ୍ରରୁପ ଧାରଣ କରିଥିଲା । ସାନ ପୁଅ ସୁରେଶ ମହାନନ୍ଦ ଉଗ୍ରହୋଇ ସୋଇଥିବା ଅବସ୍ଥାରେ ମଙ୍ଗଳବାର ରାତ୍ରିରେ ମଝିଆ ପୁଅ ନକୁଳ ମହାନନ୍ଦଙ୍କ ମୁଣ୍ଡ ଉପରେ ବାରମ୍ବାର କାଠ ଫାଳରେ ପିଟିବା ଫଳରେ ଅତ୍ୟଧିକ ରକ୍ତଶ୍ରାବ ହେବା ସହ ଅଚେତ ହୋଇ ପଡ଼ିଥିଲେ । ଏନେଇ ସ୍ଥାନୀୟ ଲୋକେ ନକୁଳକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଈଁ ଆଣିଥିଲେ ହେଲେ ଡାକ୍ତର ନକୂଳକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖଡ଼ିଆଳ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ କରିବା ସହିତ ହତ୍ୟା କରିଥିବା ସୁରେଶ ମହାନନ୍ଦକୁ ଥାନାକୁ ଆଣି ଅଟକ ରଖି ଅଧିକ ପଚରା ଉଚରା ପରେ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ତଥାପି ଆଜି ମୁଁ ବଞ୍ଚିଛି 

ଦୁଇ ଦଫା ଦାବୀ ନେଇ ସର୍ଗିଗୁଡା ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

Sunil Chandra Nayak

ଡ୍ୟାନ୍ସ ରେ ପ୍ରଥମ ସ୍ଥାନ ଅଧିକାର କରି ୪୨ ଇଞ୍ଚ୍ ର ଏଲ ଇ ଡି ଟିଭି ପୁରସ୍କାର ପାଇଛନ୍ତି ଉମରକୋଟର ଝିଅ ପାୟଲ

Sunil Chandra Nayak

Leave a Comment

error: Content is protected !!