ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ଦାବି ପତ୍ର ପ୍ରଦାନ 

କୋଷାଗୁମୁଡା,୧୯।୧୧ (ମନିସ) ୩ ଦଫା ଦାବି ନେଇ କୋଷାଗୁମୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ମହାସଂଘ ଶିକ୍ଷକମାନଙ୍କ ରେଗୁଲାର ହେବାର ପୂର୍ବ ୬ ବର୍ଷର ଇଙ୍କ୍ରିମେଣ୍ଟ, ଏନପିଏସ ହଟା ଯାଇ ପୁରୁଣା ପେନସନ ଯୋଜନା ଲାଗୁ ଓ ୪୨୦୦ ଗ୍ରେଡ ପେ ଯଥାଶୀଘ୍ର ଲାଗୁ କରାଯିବା ନେଇ ଦାବିପତ୍ରରେ ଉଲ୍ଲେଖ କରିଅଛି । ଏହି ଅବସରରେ ବ୍ଲକ ସଦର ମହକୁମା ରାଜା ଚାଉଁରିଆ ମନ୍ଦିର ନିକଟରୁ ବ୍ଲକର ସମସ୍ତ ଶିକ୍ଷକ ହାତରେ ପ୍ଲାଗ କାର୍ଡ ନେଇ ୩ ଦଫା ଦାବିର ବିଭିନ୍ନ ସ୍ଲୋଗାନ ଦେଇ ଏକ ବିଶାଳ ରାଲି ମାଧ୍ୟମରେ ବାହାରି ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ପହଞ୍ଚିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ ସମୟ ରେ  ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଜିଲ୍ଲା ସଭାପତି ସନ୍ତୋଷ ପାତ୍ର, ବ୍ଲକ ସଭାପତି ବାବେନ୍ଦ୍ର ନାୟକ, ଉପ ସଭାପତି ବବିତା ପଟ୍ଟନାୟକ, ଯୁଗ୍ମସଂପାଦକ ଅନୁ ଚରଣ ଦାସ, କୋଷାଧ୍ଯକ୍ଷ ମହେଶ ନାୟକ, ସମ୍ପାଦକ ସୀତାରାମ ପନକା ଉପସ୍ଥିତ ଥିଲେ I

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଅଶୋକ କୁମାର ନାୟକ , କେନ୍ଦୁଢ଼ିପି, ନୟାଗଡ଼ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଧର୍ମଗଡ ଠାରେ ଗୀତା ଆବୃତ ଜ୍ଞାନ ପ୍ରତିଯୋଗିତା

Sunil Chandra Nayak

ଏହି ମେଳା ଆୟୋଜନ ଦ୍ୱାରା ଅନେକ ବେକାର ଯୁବତୀ ଯୁବକ ଅନୁପ୍ରାଣିତ ହୋଇ ସ୍ବାବଲମ୍ବୀ ହୋଇ ପାରିବେ । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

Leave a Comment

error: Content is protected !!