ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ଦାବି ପତ୍ର ପ୍ରଦାନ 

କୋଷାଗୁମୁଡା,୧୯।୧୧ (ମନିସ) ୩ ଦଫା ଦାବି ନେଇ କୋଷାଗୁମୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ମହାସଂଘ ଶିକ୍ଷକମାନଙ୍କ ରେଗୁଲାର ହେବାର ପୂର୍ବ ୬ ବର୍ଷର ଇଙ୍କ୍ରିମେଣ୍ଟ, ଏନପିଏସ ହଟା ଯାଇ ପୁରୁଣା ପେନସନ ଯୋଜନା ଲାଗୁ ଓ ୪୨୦୦ ଗ୍ରେଡ ପେ ଯଥାଶୀଘ୍ର ଲାଗୁ କରାଯିବା ନେଇ ଦାବିପତ୍ରରେ ଉଲ୍ଲେଖ କରିଅଛି । ଏହି ଅବସରରେ ବ୍ଲକ ସଦର ମହକୁମା ରାଜା ଚାଉଁରିଆ ମନ୍ଦିର ନିକଟରୁ ବ୍ଲକର ସମସ୍ତ ଶିକ୍ଷକ ହାତରେ ପ୍ଲାଗ କାର୍ଡ ନେଇ ୩ ଦଫା ଦାବିର ବିଭିନ୍ନ ସ୍ଲୋଗାନ ଦେଇ ଏକ ବିଶାଳ ରାଲି ମାଧ୍ୟମରେ ବାହାରି ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ପହଞ୍ଚିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ ସମୟ ରେ  ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଜିଲ୍ଲା ସଭାପତି ସନ୍ତୋଷ ପାତ୍ର, ବ୍ଲକ ସଭାପତି ବାବେନ୍ଦ୍ର ନାୟକ, ଉପ ସଭାପତି ବବିତା ପଟ୍ଟନାୟକ, ଯୁଗ୍ମସଂପାଦକ ଅନୁ ଚରଣ ଦାସ, କୋଷାଧ୍ଯକ୍ଷ ମହେଶ ନାୟକ, ସମ୍ପାଦକ ସୀତାରାମ ପନକା ଉପସ୍ଥିତ ଥିଲେ I

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ପ୍ରେମଲତା ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

ଖେଲୋ ଇଣ୍ଡିଆ ରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଦାସିଗାଁ ପେକ୍ସ ସଭାପତି ଭାବେ ବିଶ୍ୱନାଥ କର ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!