ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ

ଡାବୁଗାଁ, ୧୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ଗ୍ରାମପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ଯଥା- ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ ସ୍ତରରେ ହେବାକୁ ଥିବା ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଡିସେମ୍ବର ୧୫ ତାରିଖ ସୁଦ୍ଧା (୧ମ) ଓ ଜାନୁଆରୀ ୧୬ ତାରିଖ ସୁଦ୍ଧା (୨ୟ) ଗ୍ରାମସଭା ଶେଷ ହେବ | ଏଥିରେ ୨ ଟି ବିଷୟ ଯଥା:- ପରିଷ୍କାର ଓ ସବୁଜ ପଞ୍ଚାୟତ ଏବଂ ପର୍ଯ୍ୟ|ପ୍ତ ଜଳ ପଞ୍ଚାୟତ କୁ ପ୍ରଥମିକତା ଦେଇ ଯୋଜନା ପ୍ରସ୍ତୁତ କରାଯିବା ନେଇ ତାଲିମ ଦିଆଯାଇଥିଲା | ଏଥିରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ, ସିଡିପିଓ ଗୀତାଞ୍ଜଳି ମହାରଣା, ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରୋହିତ କିଶାନ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ, ଯୋଗାଣ ନିରିକ୍ଷକ ସୀତାକାନ୍ତ ରାଉତ, ବନପାଳ ମଧୁସୂଦନ ପାତ୍ର, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟାସଭ୍ୟ, ଗ୍ରାମରୋଜଗାର ସେବିକାସେବକ, ଶିକ୍ଷୟତ୍ରୀ ଶିକ୍ଷକ, ଯୋଗାଣ ସହାୟକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ମାନଙ୍କୁ ତାଲିମ ଦିଆଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାହାଘର ଭୋଜିଖାଇ ଫେରିବା ବେଳେ ଅପହରଣ ସୁଚନା

Sunil Chandra Nayak

ଵାରହା ମାଂସ ଜବତ: ୪ ଜଣ ଅଟକ,୨ ଫେରାର

Sunil Chandra Nayak

ରଜ ସୁନ୍ଦରୀ- ୨୦୨୨ ମୁକୁଟ ପିନ୍ଧିଲେ ଆନନ୍ଦପୁରର ସ୍ମୃତିରେଖା 

Sunil Chandra Nayak

Leave a Comment

error: Content is protected !!