ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର କଲେଜ ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ନିମନ୍ତ୍ରଣ                          

ନବରଙ୍ଗପୁର,୨୦।୧୧ ଜିଲା ର ସର୍ବପୁରାତନ ନବରଙ୍ଗପୁର କଲେଜ ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଅ।ଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଇଂ. ବିଶେଶ୍ୱର ଟୁଡୁ ଙ୍କୁ ନିମନ୍ତ୍ରଣ କରାଯାଇଛି । ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ କେନ୍ଦ୍ର ମନ୍ତ୍ରୀ ଇଂ.ଟୁଡୁ ଙ୍କୁ ଭେଟି ନିମନ୍ତ୍ରିତ କରାଯାଇଛି । କଲେଜର ପୁରାତନ ଛାତ୍ର କମିଟି (ଆଲୁମିନି) ପକ୍ଷରୁ ସଭାପତି ଗଣେଶ ଦାସ, ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦିକା ଅଧ୍ୟ।ପିକା ସଙ୍ଗୀତା ତ୍ରିପାଠୀ,ଅଧ୍ୟ।ପିକା ଚନ୍ଦନା ପଣ୍ଡା ଓ ବାଙ୍କ ବିହାରୀ ବିଷୋୟୀ ପ୍ରମୁଖ ସାକ୍ଷାତକରି ସମାରୋହରେ ଯୋଗଦେବାକୁ ନିବେଦନ କରିଥିଲେ । ତେବେ ସେହି ସମୟରେ ସଂସଦ ଚାଲିବାକୁ ଥିବାରୁ ସେ ଯୋଗ ଦେବାକୁ ପ୍ରଥମେ ଯୋଗଦେବାକୁ ଅକ୍ଷମତା ପ୍ରକାଶ କରିଥିଲେହେଁ ଅନୁରୋଧ କୁ ରକ୍ଷାକରି ସେ ଡିସେମ୍ବର ୧୯ରେ ଯୋଗ ଦେବାକୁ ସହମତି ପ୍ରକାଶ କରିଥିଲେ । ଏହି କଲେଜରେ ଆବଶ୍ୟକ ଛାତ୍ରାବାସ ନଥିବାରୁ ଛାତ୍ରଛାତ୍ରୀ ଙ୍କର ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅତି କମରେ ପାଞ୍ଚ ଶହ ହଷ୍ଟେଲ ଘୋଷଣା କରିବାକୁ ଅନୁରୋଧ କରାଯାଇଥିଲା । ତେବେ ସେ ନିଶ୍ଚିତ ଭାବେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହାଛଡ। ଏହି କଲେଜରେ ୩୦୦୦ ପିଲା ପାଠ ପଢୁଥିବାବେଳେ ପ୍ରାୟ ୮୦ ପ୍ରତିଶତ ଆଦିବାସୀ ପିଲା ପାଠ ପଢ଼ୁଥିବାବେଳେ କଲେଜ ର ବହୁ ସମସ୍ୟା ଅବଗତ ହୋଇଥିଲେ । ଏହା ଜାଣିବା ପରେ ସେ ନିଶ୍ଚୟ ଯୋଗ ଦେବେ ବୋଲି କହିଥିଲେ ।

ନବରଙ୍ଗପୂର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ବିଷମ କଟକ ଠାରେ ବହୁଭାଷୀ ଶିକ୍ଷଣ ପ୍ରକଷ୍ଟର ଉଦ୍ଘାଟନ ସହ ଶୁଭାରମ୍ଭ

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ଵହଳଦାର ବିଶିଷ୍ଟ ଦୁଇ ଶିକ୍ଷାବିତଙ୍କ ବିଦାୟ କାଳୀନ ଉତ୍ସବ

Leave a Comment

error: Content is protected !!