ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକଙ୍କ ପକ୍ଷରୁ ବିଇଓଙ୍କୁ ଦାବିପତ୍ର 

କୋକସରା,୨୦/୧୧-  (ମ ନି ସ) ଶନିବାର କୋକସରା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ନୂତନ ପେନସନ ଯୋଜନା ଭୁକ୍ତ ମହାସଙ୍ଘ ପକ୍ଷରୁ ୩ ଦଫା ଦାବି ସମ୍ମଳିତ ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। କୋକସରା ଶିକ୍ଷା ବିଭାଗର ମିଳିତ ଶିକ୍ଷକ ମହାସଙ୍ଘ ସମୁହଙ୍କ ପକ୍ଷରୁ ଏକ ଶୋଭାଯାତ୍ରା କଲ୍ୟାଣ ମଣ୍ଡପରୁ ବାହାରି ସ୍ଥାନୀୟ ବିଇଓ କାର୍ଯ୍ୟାଳୟରେ ପହଞ୍ଚି ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ବ୍ଲକ ଶିକ୍ଷକ ସଂଘ ସଭାପତି ଚନ୍ଦ୍ରମୋହନ ପୁଝାରିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘର ସାଙ୍ଗଠାନିକ ସମ୍ପାଦକ ସତ୍ୟବାନ ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ପାଢ଼ୀ ସମେତ ଅନ୍ୟ କର୍ମକର୍ତ୍ତା ମାନେ ରାଜ୍ୟ ସରକାରଙ୍କ ଶିକ୍ଷକ ସଙ୍ଘ ପ୍ରତି ବୈମାତୃକ ମନୋଭାବ ଓ ଅଣଦେଖାକୁ ପ୍ରତିବାଦ କରିବା ସହ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଓ ୨୦୦୧ ଠାରୁ ଏସ ଏସ, ଏସ. ଏସ ଏସ, ଜେଟି ଶିକ୍ଷକଙ୍କୁ ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ଯୋଜନା ପ୍ରଚଳନ ଦାବି ପ୍ରମୁଖ ରହିଛି। ଯଦି ରାଜ୍ୟ ସରକାର ଦାବି ଉପରେ ପୁନର୍ବିଚାର ନକରନ୍ତି ତାହେଲେ ସଙ୍ଘ ପକ୍ଷରୁ ଆଗକୁ ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ପରେ କୋକସରା ବିଇଓ ନେପାଲ ଚନ୍ଦ୍ର ବାଗଙ୍କ ଜରିଆରେ ଉପସ୍ଥିତ ସଂଘର କର୍ମକର୍ତ୍ତା ମାନେ ଦାବିପତ୍ର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମକୁ ଜିଲ୍ଲା ସଙ୍ଘର ସାଧାରଣ ସମ୍ପାଦକ ବୈକୁଣ୍ଠ ଜାଲ ପରିଚାଳନା କରିଥିବା ବେଳେ ସଂଘ ର ସମ୍ପାଦକ ବେଣୁଧର ନାଏକ, ଶରତ ଚନ୍ଦ୍ର ପୁଝାରି, ସୁନିଲ କୁମାର ଦାସ, ତ୍ରିନାଥ ନାଗ, ଉଦ୍ଧବ ଧରୁଆ, ଏମ.ଏନ ପଦ୍ମଲୋଚନ ସାହୁ, ବବ୍ରୁ ବାହାନ ବିଶି, ନବୀନ କୁମାର ମାଝୀ, ଉତ୍ତମ କୁମାର ବଳ, ରଞ୍ଜିତ ନାଏକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Related posts

ଗଣମାଧ୍ୟମ ପଞ୍ଜିକରଣ ଆଇନ ପରିସରଭୂକ୍ତ ହେଲା ଡିଜିଟାଲ ମିଡିଆ

Sunil Chandra Nayak

ଶହୀଦ ଦିବସ ଉପଲକ୍ଷେ କବିତା ଶହୀଦ ଭଗତ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!