ଡାବୁଗାଁ, ୨୩/୧୧ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡଙ୍ଗରୀଗୁଡା ଗ୍ରାମରେ ଥିବା ଶ୍ରୀ ଶ୍ରୀ ସତ୍ୟସାଇ ମନ୍ଦିରରେ ବୁଧବାର ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ପୁଣ୍ୟ ୯୭ ତମ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆବାହକ ପବିତ୍ର କୁମାର ଜେନା, ନିତ୍ୟାନନ୍ଦ ମହାନ୍ତି, ରତିକାନ୍ତ ନାୟକ, ସୁଦର୍ଶନ ମହାଙ୍କୁଡ, ଧଳେନ୍ଦ୍ର ଦ୍ଵାରୀ,ବିଶ୍ଵେଶ କୁମାର ତ୍ରିପାଠୀ, ଶ୍ରଧାଳୁ ଭକ୍ତିମତି ମାତ୍ରୁ ମଣ୍ଡଳି ପ୍ରମୁଖଙ୍କ ସହ ଡାବୁଗାଁ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ର ପ୍ରଚେଷ୍ଠାରେ ଆଜି ପ୍ରାତ ୪ ଘଣ୍ଟା ୩୦ମିନିଟ୍ ରେ ନଗର ସଙ୍କିର୍ତନ କରି ସହର ପରିକ୍ରମା କରିଥିଲେ । ୮ଘଣ୍ଟା ୧୫ମିନିଟ ରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା । ୯ଘଣ୍ଟା ୧୫ ମିନିଟରେ ଷୋଡଷ ପୁଜା ଅର୍ଘ୍ୟଶ୍ରୀ ଶ୍ରୀ ବାବାଙ୍କ ପାଖରେ କରାଯାଇଥିଲା । ଏହାପରେ ଡାବୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ଓ ବିଭୁତି ବଣ୍ଟନ କରାଯାଇଥିଲା । ବାବାଙ୍କ ଭଜନ କିର୍ତ୍ତନରେ ମନ୍ଦିର ପରିବେଶ ବେଶ ଭକ୍ତି ପରିବେଶ ସୃଷ୍ଟି ହୋଇଥିଲା । ୧୫ରୁ ୨୦ ଜଣ ବୃଦ୍ଧାବୃଦ୍ଧ ଓ ଅସହାୟ ମାନଙ୍କ ନିମନ୍ତେ ନାରୟଣ ସେବା ସରିବା ପରେ ଅତିଥି ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବାଲ ବିକାଶ ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ମନ୍ଦିର ଆଗରେ ମା ମାନଙ୍କ ଝୋଟି ବେଶ ଆକର୍ଶଣ ହୋଇଥିଲା । ପୁଟପର୍ତ୍ତିରୁ ଦୁଇଟି ଧ୍ୟାନ ବୃକ୍ଷ ଆସିଥିବାବେଳେ ନବରଙ୍ଗପୁର ବାବାଙ୍କ ମନ୍ଦିରରେ ଗୋଟିଏ ଓ ଡାବୁଗାଁରେ ବାବାଙ୍କ ମନ୍ଦିରରେ ଲଗାଯାଇ ତାହାର ଜତ୍ନ ନିଆଯାଉଛି । ଶ୍ରଧାଳୁ ଭକ୍ତ କାଶିନାଥ ତ୍ରିପାଠୀ ଓ ତାଙ୍କ ସହ ଧର୍ମିଣୀ ରାଜେଶ୍ଵରୀ ତ୍ରିପାଠୀ ୧୫ରୁ୨୦ଜଣ ନାରାୟଣଙ୍କୁ କମ୍ବଳ ଓ ଫଳ ବଣ୍ଟନ କରିଥିଲେ । ରାଜେଶ୍ଵରୀ ମା ଙ୍କ ଦେହ ଭଲ ନ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା ପ୍ରତି ପ୍ରତ୍ୟେକ ବାବାଙ୍କ ଜନ୍ମଦିନରେ ବାବାଙ୍କୁ ଜଣାଇଥିଲେ । ସତ୍ୟସାଇ ସେବା ସଙ୍ଗଠନ ର ଅନୁରୋଧ ରକ୍ଷା କରି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ,ସହ ନିରିକ୍ଷକ ବିଜୁରାମ ବାଗ, ସହ ଉପ ନିରିକ୍ଷକ ବିଜୟ କୁମାର ସାହୁ ଓ ଶିଶିର କୁମାର ଘୋଷ ବାବାଙ୍କ ମନ୍ଦିରରେ ଯୋଗ ଦାନ କରିଥିଲେ।
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ