ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡା: ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଧାରଣା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସିଡ଼ିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ବିଭିନ୍ନ ଦାବି ନେଇ ଆଜକୁ ଛଅ ଦିନ ହେଲା ଧାରଣାରେ ବସିଛନ୍ତି l ଅଙ୍ଗନଓ୍ବାଡି କର୍ମୀ ସଲମି ନାଗ ଓ ସୁଲକ୍ଷଣୀ ସାହୁଙ୍କ ନେତୃତ୍ବରେ ୮ ଦଫା ଦାବି ନେଇ ବିଭିନ୍ନ ନାରାବାଜି ଦେଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟ ବନ୍ଦ ଡାକରା ଦେଇ ଧାରଣାରେ ବସିଛନ୍ତି । ୮ଦଫା ଦାବୀ ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା, ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଯେତେ ଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆ ଯାଇନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ୧୮ ହଜାର ଓ ସହାୟୀକା ମାନଙ୍କୁ ୯ ହଜାର ପ୍ରଦାନ କରିବା ସହ ଇପିଏଫ, ଇଏସ ଆଇସିସି ଓ ଗ୍ରାଜୁଟିରେ ସାମିଲ କରିବା, ମିନି ଅଙ୍ଗ ୱାଡି ଉଛେଦ କରି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀ ମାନ୍ୟତା ପ୍ରଦାନ, ଅଙ୍ଗନୱାଡି କର୍ମଚାରୀ ମିନି ଅଙ୍ଗନୱାଡି କର୍ମଚାରୀ ଓ ସହାୟକଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡି କର୍ମୀ ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ପରିବାର ବର୍ଗର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ, ଗାଁ କଲ୍ୟାଣ ସମିତିରୁ ଅଙ୍ଗନଓ୍ବାଡି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଟ୍ରାକରରେ ଅନଲାଇନ ଲୋକେସନକୁ ବନ୍ଦ କରାଯିବା ସହିତ ୨୦୧୮ ରେ ଘୋଷଣା କରା ଯାଇଥିବା ଗ୍ରୀଷ୍ମ ଅବକାଶକୁ ଲାଗୁ କରିବା, ନୂତନ ଶିକ୍ଷା ନୀତି ଅଭିଜ୍ଞତା ଓ ଯୋଗ୍ୟତା ଆଧାର ରେ ବୟସ ସୀମା ନ ରଖି ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କୁ ଫ୍ରି-ପ୍ରାମେରୀ ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ କରିବା, ୫୦% ଅଙ୍ଗନଓ୍ବାଡିଙ୍କୁ ପଦ୍ଧତି ଦିଆଯାଇଥିବା ବେଳେ ଆଉ ୫୦% ଭାଗ ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗ ୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି କରିବା ଦାବି ନେଇ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଧାରଣାରେ ବସିଛନ୍ତି l

 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କୋକସରା ଠାରେ ଖରିଫ ଧାନ ମଣ୍ଡି ଉଦଘାଟିତ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା

Sunil Chandra Nayak

Leave a Comment

error: Content is protected !!