ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ…ଅଞ୍ଚଳ ରେ ଶୋକର ଛାୟା

କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର ଙ୍କ ର ମାଆ ଶୈଳବାଳା ମିଶ୍ର ଙ୍କର ଆଜି ଅପରାହ୍ନ ରେ ଧର୍ମଗଡ ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ସର୍ଗତଃ ମିଶ୍ର ଜଣେ ଧର୍ମପରାୟଣ ମହିଳା ଥିଲେ। ଧର୍ମଗତ ସ୍ଥିତ ଶ୍ରୀ ଅରବିନ୍ଦ କେନ୍ଦ୍ର ସହିତ ସେ ଓ ତାଙ୍କ ପରିବାର ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ବାର୍ଦ୍ଧ୍ୟକ ଜନିତ କାରଣ ଯୋଗୁଁ ସେ କିଛି ଦିନ ହେଲା ଶଯ୍ୟାଶାୟୀ ଥିଲେ। ଆଜି ଅପରାହ୍ନ ରେ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ହୃଦଘାତ ରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ। ମୃତ୍ୟୁ ସମୟରେ ତାଙ୍କ ପାଖରେ ବଡ ପୁଅ ଭାନୁ ପ୍ରତାପ ମିଶ୍ର ଓ ବଡ ବୋହୁ ଅଞ୍ଜୁଶ୍ରୀ ମିଶ୍ର ଉପସ୍ଥିତ ଥିବା ବେଳେ ଏହି ଦୁଃଖଦ ସମୟରେ ସାନପୁଅ ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର ତାଙ୍କ ପରିବାର ସହ ଅନୁପସ୍ଥିତ ଥିଲେ। ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାର ଠାରେ ହେବ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ବରିଷ୍ଠ ଆଇନଜୀବି ତୁଷାର ରଞ୍ଜନ ପଟ୍ଟଯୋଷି,ଡାକ୍ତର ବାବାଜୀ ଚରଣ ଦାସ, ସରକାରୀ ଓକିଲ ରାଜେନ୍ଦ୍ର ମୁନି,ବ୍ୟବସାୟୀ ସଂଘର ସଭାପତି ବିଦ୍ୟାଧର ସାହୁ, ସଂପାଦକ ଅରୁଣ କୁମାର ତାୟଲ, ସମାଜ ସେବୀ ବିବେକ ମିଶ୍ର, ନିରଞ୍ଜନ ଅଗ୍ରୱାଲ, ଶିକ୍ଷାବିତ୍ ଜୟନ୍ତ କୁମାର ମୁଣ୍ଡ,ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା, ଅଂଶୁମାନ ପାତ୍ର ଶ୍ରୀମା ଅରବିନ୍ଦ କେନ୍ଦ୍ର ର ଅନ୍ତେବାସୀ ମାନେ ସ୍ୱର୍ଗତଃ ମିଶ୍ରଙ୍କ ଶେଷ ଦର୍ଶନ କରି ତାଙ୍କର ଅମର ଆତ୍ମା ର ସଦ୍ ଗତି କାମନା କରିଛନ୍ତି। 

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ…..

Related posts

ଧର୍ମଗଡ଼ ଏନଏସି ପକ୍ଷରୁ ୱେବସାଇଡ ଲୋକାର୍ପିତ

ନର୍ମଦା ନାୟକ ଙ୍କ କବିତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ

Sunil Chandra Nayak

ସଚେତନତା କଥାବସ୍ତୁ କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର “ଗନ୍ଦରୀ ପାଏନ ହାଏ ହାଏ” ସୁଟିଂ ଶେଷ

Sunil Chandra Nayak

Leave a Comment

error: Content is protected !!