ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳାମାନେ ନିଜେ ନିଜର ସୁରକ୍ଷା କବଚ ହେବା ଆବଶ୍ୟକ

ମହିଳା ହିଂସା ନିରୋଧ ଦିବସ ପାଳିତ

ଭଦ୍ରକ /ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘଠନ ଫେଲୋସିପ୍ ଅନୁଷ୍ଠାନ ଦ୍ଵାରା ବିଶ୍ଵ ମହିଳା ହିଂସା ନିରୋଧ ଦିବସ ଭଦ୍ରକ ‘ସଖୀ’ଓ୍ଵାନ ଷ୍ଟପ୍ ସେଣ୍ଟର ପରିସରରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା,! ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଏସ୍ପି ଚରଣସିଂ ମୀନା ଯୋଗ ଦେଇ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳର ମହିଳାମାନେ ବହୁ ପରିମାଣରେ ରକ୍ଷଣଶୀଳ ଜୀବନ ଯାପନ କରୁଛନ୍ତି। ସେମାନେ ନିଜ ର ସୁରକ୍ଷା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି। ସେମାନଙ୍କୁ ଆତ୍ମ ନିର୍ଭରଶୀଳ ଏବଂ ନିଜ ସୁରକ୍ଷା ପାଇଁ ନିଜେ ସୁରକ୍ଷା କବଚ ହେବା ଦରକାର ବୋଲି କହିଥିଲେ। ଏଥି ପାଇଁ ନାରୀ ସମାଜ ଅନେକ ସଚେତନତା ବ୍ୟାପକରୁ ବ୍ୟାପକ କରାଯିବା ଦରକାର। ତେବେ ପୁଲିସ ପ୍ରଶାସନ ନାରୀମାନଙ୍କ ସୁରକ୍ଷା ପାଇଁ ସଦା ସର୍ବଦା ସ୍ବତନ୍ତ୍ର ନଜର ରଖିଥାଏ ବୋଲି ମତ ପ୍ରକଟ କରିଥିଲେ,! ସେପଟେ ଫେଲୋସିପ୍ ଅନୁଷ୍ଠାନର ସଭାପତି ଝରଣା ପଟ୍ଟନାୟକ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଓ୍ଵାନ୍ ଷ୍ଟପ ସେଣ୍ଟରର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ମହିଳାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଆଇନି ସମ୍ପର୍କରେ ସୂଚନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା ପ୍ରଦୀପ ପ୍ରଜ୍ଵଳନ କରି ସଭାର ଉଦଘାଟନ କରିଥିଲେ। ଶିକ୍ଷୟତ୍ରୀ ଚାରୁଲତା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧକ୍ଷା ସୁଚିତ୍ରା ପାଣିଗ୍ରାହୀ, ଓଷ୍ଟା ର ନେତ୍ରୀ ସୁରଜିତା ନାୟକ, ଆସିୟାନା ଅନୁଷ୍ଠାନ ମୁଖ୍ୟ ସୋଫିଆ ସେଖ୍, ଇନର ହୁଲଇ କ୍ଲବର କାଦମ୍ବିନୀ ମହାନ୍ତି,, ପ୍ରାଧ୍ୟପିକା ଡ. ପ୍ରଭାତ ନଳିନୀ ମହାପାତ୍ର ପ୍ରମୁଖ ଙ ନିଜ ବକ୍ତବ୍ୟରେ ନାରୀ ସୁରକ୍ଷା ସମ୍ପର୍କରେ ଭିନ୍ନ ଭିନ୍ନ ମତ ଉପସ୍ଥାପନ କରିଥିଲେ। ଫେଲୋସିପ୍ ଅନୁଷ୍ଠାନର ସୋନାଲୀ ପ୍ରିୟଦର୍ଶିନୀ, ପ୍ରିୟଙ୍କା ଜେନା, ସସ୍ମିତା ବାରିକ, ଅଏସୀ ଶକ୍ତିରେଖା ମହାନ୍ତି ସଂଗୀତ ମାଧ୍ୟମରେ ନାରୀ ସୁରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା ର ପ୍ରଚାର କରିଥିଲେ। ଡ. ପ୍ରଭାତ ନଳିନୀ ମହାପାତ୍ର କବିତା ଆବୃତ୍ତି କରି ନାରୀମାନଙ୍କ ଉପରେ ହିଂସାର କିପରି ନିରାକରଣ ହୋଇ ପାରିବ ପ୍ରକାଶ କରିଥିଲେ। ଫେଲୋସିପ୍ର ସମ୍ପାଦକ ଏସ.ଏମ. ଫାରୁକ ସମାଜରେ ମହିଳାମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳିକା ଯୋଗମାୟା ଚାନ୍ଦଙ୍କ ତତ୍ତ୍ଵାବଧାନରେ ଅନ୍ତେବାସିନୀମାନେ ନୃତ୍ୟ ପରିବେଷଣ କରିଥିଲେ। ଓ୍ଵାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ପୁଷ୍ପାଞ୍ଜଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଫେଲୋସିପ୍, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନ, ଚାଲଇ୍ଡ ଲାଇନ, ସ୍ବଧାର ଗ୍ୟହ, ଆଇଟି ପ୍ରୋଜେକ୍ଟ, ପରିବାର ପରାମର୍ଶ କେନ୍ଦ୍ର, ପିଏମ୍ଏଜିଓ୍ଵାଇ ଭଦ୍ରକ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଶେଷରେ ବିଶିଷ୍ଟ ସମାଜସେବିକା କମଳା ମିଶ୍ର ଓରଫ ସୁନାମଣି ପଣ୍ଡାଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା।

ଭଦ୍ରକ ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ମସିହା ନିୟୁଜ )

Related posts

ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

Sunil Chandra Nayak

ଆଦିବାସୀ ସଂଘ ପକ୍ଷରୁ ଖଡ଼ିଆଳ ବ୍ଳକ ଘେରାଓ

Sunil Chandra Nayak

ରାଇସମିଲ ର ପ୍ରଦୂଷଣ ଯୋଗୁଁ ଘନା ସଂରକ୍ଷିତ ଜଙ୍ଗଲର ଜୈବବିଭିଦତା ବିପନ୍ନ ମୁହାଁ, ବନ୍ୟପ୍ରାଣୀ ପ୍ରଭାବିତ

Leave a Comment

error: Content is protected !!