ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡେଙ୍ଗୁ ନ ଆସିବା ନେଇ ବ୍ୟାପକ ପଦକ୍ଷେପ            

 ନବରଙ୍ଗପୁର-(ମସିହା) ପଡ଼ୋଶୀ ରାଜ୍ୟ ଓ ଜିଲ୍ଲା ରେ ଡେଙ୍ଗୁ ର ପାଦୁର୍ଭାବ ଥିବା ବେଳେ ବିଗତ ଦିନ ରେ କୋଡ଼ିଙ୍ଗା ଅଞ୍ଚଳର ହରିଜନ ସାହି ବାସିନ୍ଦା ତିନି ଜଣ ବ୍ୟକ୍ତି ଡେଙ୍ଗୁ ରେ ପୀଡିତ ହେଇଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରକ୍ତ ନମୁନା ପରୀକ୍ଷା କରିବା ପରେ ସେମାନଙ୍କ ଠାରେ ଡେଙ୍ଗୁ ରୋଗ ର ଲକ୍ଷଣ ଅଛି ବୋଲି ଜଣା ପଡ଼ିଲା।ତୁରନ୍ତ ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ଡ଼. ନୀଳମଣି ଦିଲ୍ଲୀପ ଚାନ୍ଦ ବେହେରା, ଭେକ୍ଟର କଂସଲଟେଣ୍ଟ ଦିନେଶ ପ୍ରହରାଜ ତଥା କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ଜ୍ଞାନ ରଞ୍ଜନ ପାଢୀ ଙ୍କ ନିର୍ଦେଶ କ୍ରମେ କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡ଼. ଅର୍ପିତ ଖୋରା, ଭିବିଡ଼ିଟିଏସ ଆଦିତ୍ୟ ବିକ୍ରମ ତ୍ରିପାଠୀ,ମାନସ ରଥ(ବିପିଏମ୍), କୋଡ଼ିଙ୍ଗା ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଟ୍ଟନାୟକ, ଆଶା ଦିଦି ସୁଲୋମଣି ଖୋସଲା, ସ୍ଥାନୀୟ ଅଙ୍ଗନବାଡି ଦିଦି, ସ୍ଥାନୀୟ ୱାର୍ଡ ମେମ୍ବର ଅନିତା ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋଡ଼ିଙ୍ଗା ହରିଜନ ସାହି ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହ ନିୟମିତ ଔଷଧ ବୁଡା ମଶାରୀ ଟାଙ୍ଗି ଶୋଇବା,ପରିବେଶ ସଫା ସୁତୁରା ରଖିବା ସମ୍ବନ୍ଧରେ ଅଞ୍ଚଳବାସୀ ଙ୍କୁ ସଚେତନ କରାଇ ଥିଲେ। ଖାଲ ଖମା ପୋତିବା,ପାଣି ଜମା ନ ରଖିବା ସହ ପରିବେଶ କୁ ନିର୍ମଳ ରଖିବା ଲାଗି ସଚେତନ ବାର୍ତ୍ତା ଦିଆଯାଇଥିଲା। (ଡେଙ୍ଗୁ ସଂକ୍ରମିତ ବ୍ୟକ୍ତି ବିଶେଷ ପଡ଼ୋଶୀ ଜିଲ୍ଲା ର କୋଟପାଡ ନିକଟସ୍ଥ ଡଂଙ୍ଗରା ଗ୍ରାମ ରୁ ସଂକ୍ରମିତ ହୋଇଥିଲେ।) ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କୁ ସ୍ଥାନୀୟ ଅଞ୍ଚଳର ନାର୍ଦମା ସଫା ସହ ପରିବେଶ ସଫା କରିବା ଲାଗି ଅବଗତ କରାଯାଇଥିଲା। କୋଷାଗୁମୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁକାନ୍ତ ପଟନାୟକ ମହୋଦୟ ଙ୍କୁ ଅଞ୍ଚଳର ଦୁରାବସ୍ଥା, ଅସ୍ୱାସ୍ଥ୍ୟକର ପରିବେଶ ବିଷୟରେ ଅବଗତ କରିବା ସହ ଏ ଦିଗ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁରନ୍ତ ପଦକ୍ଷେପ ନେଇ ସମସ୍ୟା ର ସମାଧାନ କରିବା ଦିଗ ରେ ପ୍ରତିଶ୍ରୁତି ଦେଇ ଥିଲେ। ଜ୍ୱର ଲକ୍ଷଣ ଦେଖିବା କ୍ଷଣି ତୁରନ୍ତ ଆଶା ଦିଦି ଠାରେ ରକ୍ତ ପରୀକ୍ଷା କରିବା,ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ପରୀକ୍ଷା କରାଇନେବା ଲାଗି ଅଞ୍ଚଳବାସୀ ଙ୍କୁ ସଚେତନ କରାଯାଇଥିଲା।ପରିବାର ର ସମସ୍ତ ସଦସ୍ୟ, ଅନ୍ୟାନ୍ୟ ବ୍ୟକ୍ତିବିଶେଷ, ପଡୋଶୀ ଙ୍କ ରକ୍ତ ପରୀକ୍ଷା କରା ଯାଇଥିଲା, ସମସ୍ତ ରକ୍ତ ନମୁନା ନେଗେଟିଭ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ସରୋଜିନୀ ପତି ଙ୍କ କବିତା ଭଜନ

Sunil Chandra Nayak

ଆମ୍ବ ଗଛରୁ ପଡି ଯୁବକ ମୃତ

Sunil Chandra Nayak

ବିଦେଶୀ ମଦ ଜବତ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!