ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହେନ୍ଦ୍ର ପାଇଲେ ଡ. ଏସ ଏନ ସୁଵାରାଓ ରାଷ୍ଟ୍ରୀୟ ଶାନ୍ତି ଓ ସଦଭାବନା ପୁରସ୍କାର

ନବରଙ୍ଗପୁର,୨୭/୧୧(ମସିହା) ନବରଙ୍ଗପୁର ର ତଥା ବର୍ତମାନ ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲା ସ୍ଥିତ ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଭାବେ କାର୍ଯ୍ୟରତ ମହେନ୍ଦ୍ର କୁମାର ନାୟକଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟରତ ଭାରତୀୟ ଯୁବଶକ୍ତି ଅନୁଷ୍ଠାନ, ନୂଆଦିଲ୍ଲୀ ପକ୍ଷରୁ ୨୦୨୨-୨୩ ବର୍ଷର ଡ. ଏସ ଏନ ସୁଵାରାଓ ରାଷ୍ଟ୍ରୀୟ ଶାନ୍ତି ଓ ସଦଭାବନା ପୁରସ୍କାର ପ୍ରଦାନ କରାଯାଇଥିଲା I ହରିୟାଣାର ରୋହତକ ଜିଲ୍ଲାରେ ଗତ ୨୬ ନଭେମ୍ବର,୨୦୨୨ ଦିନ ଆୟୋଜିତ ଚୌଧୁରୀ ରଣବୀର ସିଂ ହୁଡ୍ଡା ଜୟନ୍ତୀ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶରୁ ସର୍ବୋତ୍କୃଷ୍ଟ ୩୦ଯୁବକଙ୍କୁ ଚୟନ କରାଯାଇଥିଲା, ଏବଂ ଓଡିଶାରୁ ନବରଙ୍ଗପୁରର ମହେନ୍ଦ୍ରଙ୍କୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା I ବିଗତ ୧୫ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଯୁବକଙ୍କ ଏକତା ଏବଂ ଶାନ୍ତି, ସଦ୍ଭାବନା, ଲୈଙ୍ଗିକ ସମାନତା ପାଇଁ ଯୁବ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯୁବକଙ୍କ ପ୍ରେରଣାସ୍ରୋତ ଭାବେ କାର୍ଯ୍ୟକରି ଉଦାହରଣ ସୃଷ୍ଟି କରିଥିବା ମହେନ୍ଦ୍ରଙ୍କୁ ଭାରତୀୟ ଯୁବଶକ୍ତି ମୁଖ୍ୟ ଅଖିଳ ବକ୍ସି, ବିଶିଷ୍ଠ ଗାନ୍ଧିବାଦୀ ସମାଜସେବୀ ତଥା ହରିୟାଣା ଯୁବଶକ୍ତି ମୁଖ୍ୟ ସୁରେଶ ରାଠି, ଉପ-ନିର୍ଦେଶକ ଶ୍ରୀ ନରେନ୍ଦ୍ର ଯାଦବ, ପ୍ରଫେସର ଡ. ଦଲବୀର ସିଂ, ମାତୃଭୂମି ୱେଲଫେର ସୋସାଇଟି ଅଧ୍ୟକ୍ଷ ଅନିଲ ଡିଢାରିୟା, ଡ. ବଳଦେବ ରାଜ, ଶୁଭମ ଭାଟ, ଜାତୀୟ ଯୁବ ପ୍ରକଳ୍ପର ମଧୁସୂଦନ ଦାସ ପ୍ରମୁଖ ଅତିଥି ରୂପେ ପୁରସ୍କୃତ କରି ଉଚ୍ଚ ପ୍ରଶଂସିତ କରିଥିଲେ I ସୂଚନା ଥାଉକି, ମହେନ୍ଦ୍ର ବୈଶ୍ଵିକ ୨୦୨୦ ମହାମାରୀ କୋରନା ସମୟରେ ହରିୟାଣାରେ ଦେବଦୁତ ସାଜି ଉତ୍କୃଷ୍ଟ କାର୍ଯ୍ୟ କରିଥିଲେ। ଗତବର୍ଷ ଦେଶରେ ରକ୍ତର ଅଭାବ ସମୟରେ ନିଁଫା ସ୍ବେଛାସେବୀ ଅନୁଷ୍ଠାନ ଓ ତାଙ୍କ ମିଳିତ ପ୍ରଚେଷ୍ଟାରେ ୨୩ ମାର୍ଚ୍ଚ, ୨୦୨୧ ରେ ଦେଶର ବିଭିନ୍ନ ସ୍ଥାନରେ ୧୪୭୬ ରକ୍ତଦାନ ଶିବିର ଆୟୋଜନ କରି, ସର୍ବମୋଟ ୯୭,୭୪୪ ରେକର୍ଡ ୟୁନିଟ ରକ୍ତ ସଂଗ୍ରହ କରି ୱାର୍ଲଡ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ I 

ବିଭିନ୍ନ ପାଠ୍ୟକ୍ରମରେ ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଗ୍ରହଣ କରିଥିବା ମହେନ୍ଦ୍ର ବର୍ତ୍ତମାନ ଆଦିବାସୀ ଅଂଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମାଧ୍ୟମରେ ଓଡ଼ିଶାର ଗ୍ରାମୀଣ ବିକାଶ, ଜଳ ଏବଂ ପରିବେଶ ସଂରକ୍ଷଣରେ ଯୁବଶକ୍ତି ରୁ ଜନଭାଗିଦାରୀ , ଲୈଙ୍ଗିକ ସମାନତା ଓ ମାନବିକ ଅଧିକାର, ସୁଶାସନ ଏବଂ ଲୋକନୀତି କ୍ଷେତ୍ରରେ ଗବେଷଣାରତ ଏବଂ ସେ ୨୦୦ରୁ ଉର୍ଦ୍ଧ ଜାତୀୟ ତଥା ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରି ଯୁବକଙ୍କୁ ବିଭିନ୍ନ ପ୍ରସଙ୍ଗରେ ସଚେତନ କରୁଥିବା ସହିତ ସେ ବହୁବାର ଭାରତ ଏବଂ ଓଡିଶା ସରକାରଙ୍କ ଠାରୁ ପୁରସ୍କାର ହାସଲ କରି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି I ନବରଙ୍ଗପୁରର ଉଦୀୟମାନ ସମାଜସେବୀ ଭାବେ ମହେନ୍ଦ୍ର କୁମାର ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବେଶ ପରିଚିତ I ଏପଟେ ଅନ୍ୟ ରାଜ୍ୟରେ ରହି ଓଡିଶାକୁ ଗୌରବାନ୍ୱିତ କରିଥିବାରୁ ମହେନ୍ଦ୍ରଙ୍କୁ ପରିବାର ଲୋକ ପ୍ରସଂଶା କରିଛନ୍ତି ପୁରସ୍କାର ପାଇବା ଖବର ଶୁଣି ଇଣ୍ଟର ନେସନାଲ ଖେଳାଳି ରମେଶ ଗରଡ଼ା ସମେତ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର କର୍ମ ଚାରୀ ଜିଲ୍ଲା ସମାଜ ସେବୀ ବହୁ ବୃଦ୍ଧି ଜିବୀ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ତାଙ୍କୁ ଶୁଭେଛା ଓ ଶୁଭ ଅଭିନନ୍ଦନ ଜଣାଇଛନ୍ତି।ଆଗକୁ ଆଉ ଆମ ଜିଲ୍ଲା ର ନାମ ରଖିବ ବୋଲି ପ୍ରତିକ୍ରିୟା ରେ ସମ୍ପୁକ୍ତ ବ୍ୟକ୍ତି ସମୁହ ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ମହାବିଦ୍ୟାଳୟ ର ପଡିଆ ରେ ଉନ୍ମତ କାଣ୍ଡ – ଗେଲେରି ଗେଟ କୁ ଭାଙ୍ଗି ଦେଲେ , ପ୍ରଶାସନ ନୀରଦ୍ରଷ୍ଟା

Sunil Chandra Nayak

ବଣି ଜରା ସ୍କୁଲରେ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ତ୍ରିରଙ୍ଗା ନେତ ମୋ ପ୍ରଣିପାତ =ଘେନ

Sunil Chandra Nayak

Leave a Comment

error: Content is protected !!