ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ମିଳିତ ମହାସଂଘ ର ଦାବିପତ୍ର ପ୍ରଦାନ

ରାଇଘର -(ମ ନି ସ ) ୨୮/୧୧ନବରଙ୍ଗପୁର ଜିଲ୍ଲା ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଜରିଆରେ 5 ଦଫା ଦାବୀ ସମ୍ବଳିତ ଏକ ଦାବୀ ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ/ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ଶାଖାର ବୈଠକ ଅନୁଷ୍ଠିତ ହୋଇଥିବା ସହ 5 ଦଫା ଦାବୀ ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦଶରଥ ନାଗ ଙ୍କୁ ପ୍ରଦାନ କରାଯାଇଛି l ଦିଆଯାଇଥିବା 5 ଦଫା ସମ୍ବଳିତ ଦାବୀ ପୂରଣ ନହେଲେ ଆସନ୍ତା ଡିସେମ୍ବର 14 ତାରିଖରେ ଅସହଯୋଗ ଆନ୍ଦୋଳନ ଓ 21 ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବା ନେଇ ମିଳିତ ମହାସଂଘ ଡାକରା ଦେଇଥିବା ଜଣାପଡିଛି l ମିଳିତ ମହାସଂଘ ର ବିଭିନ୍ନ ଦାବୀ ଗୁଡିକ ମଧ୍ୟରେ ପ୍ରମୁଖ ଦାବୀ ଗୁଡିକ ହେଲା ପ୍ରଥମରେ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୟାଡର ପୁନଃ ଗଠନ,ଦ୍ୱତୀୟ 2020 ନଭେମ୍ବର 3 ତାରିଖର ଚିଠି ପ୍ରତ୍ୟାହାର, ତୃତୀୟ ଠିକା ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା ଭଳି 5ଦଫା ଦାବୀ ରହିଥିବା ଜଣାପଡିଛି l ଆଜିର ଏହି ବୈଠକ ତଥା ଦାବିପତ୍ର ପ୍ରଦାନ ସମୟରେ ଜିଲା ସଭାପତି ଏମ.ରାମକୃଷ୍ଣା ରାଜୁ, ଜିଲା ସହ ସଂପାଦକ ନୀଳମାଧବ ମିଶ୍ର, ବ୍ଲକ ସଭାପତି ଲୀଳାମୟୀ ପତି, ବ୍ଲକ ସମ୍ପାଦକ ଅଶୋକ କୁମାର ନାୟକ, ବ୍ଲକ ଉପ ସଭାପତି ହାରାଥାନ ସରକାର, ସହ ସଂପାଦକ ସଲମା ଟୁଡ଼ୁ, ସଭ୍ୟ ଅମିତା ରାଣୀ ବାଲା, ଅଞ୍ଜଳି ଦାସ‌, ନହର ଲାଲ ଗଣ୍ଡ, ସୁନୀଲ ଶର୍ମା, ସୁଷମା ମେଲେକା, ହରିଦାସ ସିଲ୍ ଙ୍କ ସମେତ ରାଇଘର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ରେ କାଗଜ ବିହୀନ ଅଦାଲତ କୁ ଉଦଘାଟନ କଲେ ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯାହାକୁ ଯିଏ

Sunil Chandra Nayak

ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳାର ଆୟୋଜନ

Sunil Chandra Nayak

Leave a Comment

error: Content is protected !!