ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

 

ଶ୍ରୀ ବିଦ୍ୟାଧର ମହାନ୍ତ

ଆହେ ପ୍ରଭୂ ଜଗନ୍ନାଥ
ତୁମେ ଫୁଲ ହୋଇ ଫୁଟୁଛ ଗଛରେ 
କରି କେତେ ରୂପ ଜାତ |୦|
ଫୁଲରେ ସାଜିଛ ନିଜେ ରୁପବାସ
ଫଳରେ ତୁମ୍ଭେ ଅମୃତ
ଯାହା ଦେଖୁଅଛି ଦୁନିଆଟା ସାରା
ସବୁତ ତୁମରି କୃତ |୧|
ନିଜେ ଫଳ ମଧ୍ୟେ ବୀଜ ରୁପେ ଥାଅ
ନିଜେ ଜନ୍ମ ଚାରା ହୋଇ
ଯେ ଯାଏ ମାଟିରେ ନପଡ଼ିଛ ପ୍ରଭୂ
ସୁଖେ ଥାଅ ଫଳେ ଶୋଇ |୨|
ମାଟିରେ ପଡ଼ିଲେ ପାଣି ପବନରୁ
ଶକ୍ତି ଆଣି ନିରନ୍ତର
ନାନା ଖାଦ୍ୟ ଦ୍ରବ୍ୟେ ବଢି ଜଗତରେ
ଦିଶ କେତେ ମନୋହର |୩
ନାନା ଶାଖା ପତ୍ରମେଲାଇ ଶାଖାରେ
ନିତି ତୁମେ ହସୁଥାଅ
କେତେ ଜାତି ମହୁ ମାଛି ପ୍ରଜାପତି 
ଖେଳା ଲୀଳା ଭଲ ପାଅ |୪|
ଜାଣିଛିରେ ଜଗା ତୁମେ ଦାରୁ ବ୍ରହ୍ମ
ତୁମେ ସତ୍ୟ ସନାତନ 
ବୋଲେ ବିଦ୍ୟାଧର ତେଣୁ ନିରନ୍ତର
କରେ ପଦେ ବନ୍ଦା ପନ |୫|

    ତମ୍ବାହରା 

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

Related posts

ଗାଁ କୁ ଫେରିଲେ ତେଲେଙ୍ଗାନା ଇଟାଭାଟିରେ ନିର୍ଯାତିତ ଦାଦନ ଶ୍ରମିକ

Sunil Chandra Nayak

ବନାଞ୍ଚଳରେ ମହୁଲର ମହକ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ମାଆ ଦୁର୍ଗା

Sunil Chandra Nayak

Leave a Comment

error: Content is protected !!