ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସହାୟ ପରିବାର ର ସାହାରା ପାଲଟିଲେ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ

ଢେ଼ଙ୍କାନାଳ (ମ ନି ସ)୦୨/୧୨_ ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବସୁଲେଇ ଗ୍ରାମ ପଞ୍ଚାୟତ ର ଅସହାୟ ପରିବାର କରୁଣାକର ବେହେରା, ପକ୍ଷାଘାତ ରେ ପୀଡିତ ସ୍ତ୍ରୀ ସ୍ୱର ବେହେରା, କର୍କଟ ରୋଗ ରେ ପୀଡିତ ପୁଅ କାହ୍ନୁ ଚରଣ ବେହେରା ଙ୍କର ପରିବାର କୁ “ଯୁବଶକ୍ତି” ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରି କହିଥିଲେ, କରୁଣାକର ବେହେରା ଙ୍କର ଅସହାୟ ପରିବାର ଦୁର୍ଦ୍ଦଶା ଭିତରେ ଚାଳ ଗୁହାଳ ଘରେ ଜୀବନ ଅତିବାହିତ କରୁଅଛନ୍ତି, ଯାହା ବଡ଼ ଦୁଃଖଦ ଓ ଦୁର୍ଭାଗ୍ୟର ବିଷୟ, ନା ଅଛି ଘର, ନା ଅଛି ପାଣି, ନା ରହିଛି ସରକାରୀ ସୁବିଧା, ପରଜଙ୍ଗ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଙ୍କର ଅବହେଳା ମନୋବୃତି ପାଇଁ କରୁଣାକର ଙ୍କର ପରିବାର ସମସ୍ତ ସରକାରୀ ସୁବିଧା ରୁ ବାଦ ପଡି ଅଛନ୍ତି, ଏହି ସବୁ ଘଟଣା କେମିତି ପ୍ରଶାସନ ନଜର ରେ ଆସୁ ନାହିଁ??? ଏଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ପରଜଙ୍ଗ ବ୍ଲକ ପ୍ରଶାସନ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିକଟରେ ମୋର ନିବେଦନ ତୁରନ୍ତ ପରିବାର କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର, ଏବଂ ଚିକିତ୍ସା ପାଇଁ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ସହଯୋଗ କରିବା ପାଇଁ ମତ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ରୂପକ ରଞ୍ଜନ ସାହୁ,ଗୋପବନ୍ଧୁ ଜେନା, ଗ୍ରାମବାସୀ ନରେଶ ଚନ୍ଦ୍ର ରାଉତ,ନୃସିଂହ ଜେନା, ଗୀତାଞ୍ଜଳି ଜେନା ପ୍ରମୁଖ ଉପସ୍ଥିତ ଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବଡବାଫାଲା ଗ୍ରାମରେ ଜିଓ ମୋବାଇଲ ଟାଓ୍ବାର ସ୍ଥାପନା କରିବା ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

ଡାବୁଗାଁ ବଜାର ଉପରେ ଥିବା ରେଡି ବ୍ରଦର୍ସ ମୁଢି ଫ୍ୟାକ୍ଟ୍ରି କୁ ବଜାର ବାହାରକୁ ସ୍ଥାନାନ୍ତର ହେବାକୁ ଦାବୀ

Sunil Chandra Nayak

କଳାହାଣ୍ଡି କରଣ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ଏବଂ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!