ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସଚେତନତା କାର୍ଯ୍ୟକ୍ରମ 

କାମାକ୍ଷାନଗର /(ମସିହା ନ୍ୟୁଜ ସର୍ଭିସେସ)  ସରକାରଙ୍କ ବିଭିନ୍ନ ଯୋଜନା କୁ ଫଳପ୍ରଦ ଓ ଲୋକାଭିମୁଖି କରି ସ୍ବାବଲମ୍ବୀ କରିବା ଭଳି ପଦକ୍ଷେପ ନେଇଛି ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ l କାମାକ୍ଷାନଗର ବ୍ଲକ ବଡସୁଆଁଳ ପଞ୍ଚାୟତର ଗୋଡିପୋଖରୀ ଠାରେ ମହାସଂଘ ର ସଭାପତି ଗୋପାଳ ପ୍ରଧାନ ଙ୍କ ନେତୃତ୍ବରେ ଆୟୋଜିତ ସଚେତନ ସଭାରେ ଭୁବନ କଙ୍କଡାହାଡ ଓ କାମାକ୍ଷାନଗରବ୍ଲକ ର ର ଜନଜାତି ଯୁଆଙ୍ଗ ମହାସଂଘ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସଚେତନ କରିବା ଦାୟିତ୍ବ, ସେମାନଙ୍କୁ ଅଗ୍ରଣୀ କରି ବିଭିନ୍ନ ଯୋଜନା ରେ ସାମିଲ କରାଇ ସ୍ବାବଲମ୍ବୀ କରାଇବା ପାଇଁ ସଂଘ ଗଠନ ଓ ତାର ଦାୟିତ୍ବ ତୁଲାଇ କାଯ୍ୟ କରୁଅଛି lଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ନିର୍ଦ୍ଦେଶାନୁସାରେଏହି କାଯ୍ୟକ୍ରମ କୁ ଜିଲ୍ଲାର ୧୭୨ ମୌଜା ରେ ତଥା ସାତଟି ବ୍ଲକରେ ମହାସଂଘ ଦ୍ବାରା ମହିଳା ସ୍ବୟଂ ସୟାୟକ ଗୋଷ୍ଠୀ ଗଠନ କରାଯିବ l ପୂର୍ବରୁ ଉକ୍ତଗ୍ରାମ ରେ ୭ ଜଣ ସଭ୍ୟଙ୍କୁ ନେଇ ଏକ କମିଟି ଗଠନ ହୋଇ ସାରିଛି, ଏହି ଆଦିମ ଜନଜାତି ମାନଙ୍କ ର କଳା ନୃତ୍ୟ, ସଂଗୀତ, ପରମ୍ପରା ,ଚଳଣୀ ଦିନକୁଦିନ ଲୋପ ପାଇବାକୁ ବସିଲାଣି lଆଧୁନିକ ଚାକଚକ୍ୟ ଆଡକୁ ଯୁବ ପିଢି ଢଳୁ ଥିବାବେଳେ ନିଜ ପରମ୍ପରାକୁ ଭୁଲିଗଲେଣି l ଉକ୍ତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଆଇନଜିବୀ ବିମଳ ବିଶ୍ବାଳ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସଚେତନ କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ସଂପାଦିକା ସୁକାନ୍ତି ପଧାନ,ଗଣମାଧ୍ୟମ ପ୍ରତିନିଧି ସଂଜିବ କୁମାର ବିଶ୍ବାଳ,ସଭ୍ୟା ଅମୁଲି ରାଉତ, ସଭ୍ୟ ଚୈତନ୍ୟ ପଧାନ,ଦୀପକ ସାହୁ,ଅନିଲ୍ ନାଏକ,ଓ ଦିପୁନ୍ ପାତ୍ର ପ୍ରମୁଖ ଉପସ୍ଥିତି ଥାଇ ସହଯୋଗ କରୁଥିଲେ।

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତିଲେ ୨ ବର୍ଷର ପୁଅ

Sunil Chandra Nayak

ଖଇରା ବ୍ଲକରେ ୧୦ମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ବର୍ଷା ମହାପାତ୍ର

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ବୈଠକ : ଖରିଫ ଧାନ ମଣ୍ଡି ସମ୍ବନ୍ଧରେ ଆଲୋଚନା

Sunil Chandra Nayak

Leave a Comment

error: Content is protected !!