ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନିପାଟଣା ଠାରେ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

ଭବାନୀପାଟଣା ତା ୦୩: ୧୨:୨୨/ କଳାହାଣ୍ଡି ଜିଲ୍ଲା ଚେସ ଏସୋସିଏସନ ଓ ମାରୱାଡି ଯୁବାମଞ୍ଚ, ଜାଗୃତି ଶାଖା, ଭବାନିପାଟଣା ଦ୍ବାରା ଏକ ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା ଅଗ୍ରସେନ ଭବନ, ଭବାନିପାଟଣା ଠାରେ ତା ୦୨: ୧୨: ୨୨ରିଖ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବଳୟ ଦେହୁରୀ, ନିର୍ବାହୀ ଅଧିକାରୀ , ଭବାନିପାଟଣାଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ତା ୦୩ : ୧୨ : ୨୨ ରିଖ ଉଦ୍ଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଭବାନିପାଟଣା ପୌରାଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା, ଅଭିଜ୍ଞ ଚେସ ଖେଳାଳୀ ଶ୍ରୀଯୁକ୍ତ ସୁଧୀର କୁମାର ବେହେରା ଓ ଶ୍ରୀମତୀ କୁସୁମ ଅଗ୍ରୱାଲ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଭାପତି ରବିନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ ଓ ଜାଗୃତି ଶାଖାର ସଭାପତି ଶ୍ରୀମତୀ ଶ୍ବେତା ଅଗ୍ରୱାଲ, ରଶ୍ମି ଅଗ୍ରୱାଲ, ଭୀମସେନ ପାତ୍ର, ବିଷ୍ଣୁ ଅଗ୍ରୱାଲ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ବୟସର ୮୨ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ବିଭିନ୍ନ ବର୍ଗରେ ସମୁଦାୟ ୨୨ ଜଣଙ୍କୁ ପୁରସ୍କୃତ କରାଗଲା। ଶ୍ରୀଯୁକ୍ତ କାର୍ତ୍ତିକ ଦଣ୍ଡସେନା ପ୍ରଥମ, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ଦ୍ବିତିୟ ଓ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶ୍ରୀଯୁକ୍ତ ବିଦୁ ଭୂଷଣ ମିଶ୍ର ମୁଖ୍ୟବିଚାରକ କାର୍ଯ୍ୟ ତୁଲାଇ ଥିଲେ।ଶ୍ରୀଯୁକ୍ତ ବିଶ୍ବ ରଞ୍ଜନ ପଣ୍ଡା ସଭା କାର୍ଯ୍ଯ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ସଂପାଦନାରେ କ୍ଷୀରୋଦ ଚନ୍ଦ୍ର ମୁଣ୍ଡ, ପ୍ରଭାତ ବ୍ରହ୍ମା, ସଂଜୀବ ଯୋଷୀ, ସୁଶିଲ ପଣ୍ଡା, ଶିଖା ଅଗ୍ରୱାଲ, ଜୟଶ୍ରୀ ଅଗ୍ରୱାଲ, ଅନୀତା ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ, ମାଙ୍ଗେଲାଲ ନାଏକ ଓ ଅନ୍ଯ ସଭ୍ଯବୃନ୍ଦ ସାହାର୍ଯ୍ଯ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଖଣି ବନ୍ଦ ଯୋଗୁଁ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘର ବିରୋଧ

Sunil Chandra Nayak

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ କବିତା ଶୀତ ଆସେ

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ 

Sunil Chandra Nayak

Leave a Comment

error: Content is protected !!