ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲାସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ଚୟନ

   ଡାବୁଗାଁ, ୩/୧୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲା ସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ଚୟନ -୨୦୨୨ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ଡାବୁଗାଁ ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ | ଏଥିରେ ଜିଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ୪୦ଟି ବିଦ୍ୟାଳୟରୁ ବିଜ୍ଞାନ ମେଳାରେ ୩୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଏଥିରେ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦଳବେଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯୋଡିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ, କର୍ଚ୍ଚାମାଳ, ବିଏସପଦର, ନିସନାହାଣ୍ଡି, କୋଡିଙ୍ଗା, ରାଇଘର, ଦଳେଇଗୁଡା ଉଚ୍ଚ ବିଦ୍ୟାଳୟର ୯ ଟି ବିଜ୍ଞାନ ପ୍ରକଳ୍ପ ଚୟନ କରଯାଇଥିଲା | ଏହି ୯ ଟି ପ୍ରକଳ୍ପ ରବିବାର ଜୋନାଲ ସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶିତ ହେବ | ସେହିପରି ବାଳକ ବିଭାଗ ଭଲିବଲ ପ୍ରତିଯୋଗିତାରେ ନିସନାହାଣ୍ଡି ଉଚ୍ଚ ବିଦ୍ୟାଳୟ ବିଜେତା ଓ ଭାମିନୀ ଉଚ୍ଚ ବିଦ୍ୟାଳୟ ଉପବିଜେତା ଏବଂ ବାଳିକା ବିଭାଗରେ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜେତା ଓ ଯୋଡିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟ ଉପବିଜେତା ହୋଇଥିବା ବେଳେ ଗରୁଡଗୁଡା ଆଶ୍ରମ ବିଦ୍ୟାଳୟ ଛାତ୍ର ମାନଙ୍କୁ ଭଲ ଖେଳିଥିବାରୁ ସ୍ଵତନ୍ତ୍ର ପୁରସ୍କୃତ କରାଯାଇଥିଲା | ଶେଷରେ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଡିଓ ଶରତ ମାଝି, ସମ୍ମାନିତ ଅତିଥି ଭାବେ ଶିକ୍ଷକ ତ୍ରିପତି ମାଳୀ, ହୃଷୀକେଶ ସାହୁ, ସତ୍ୟ ପାତ୍ର, ସାଧୁରାମ ଭତ୍ରା, ରଞ୍ଜନ କୁମାର ବେହେରା, ସନ୍ତୋଷ କୁମାର ଷଡଙ୍ଗୀ, କାଳିକିଂକର ପଟ୍ଟନାୟକ ଓ ଶୁଭେନ୍ଦୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ | ଶିକ୍ଷକ ମନୋଜ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ | ଏଥିରେ ଜୋନାଲ ସ୍ତରକୁ ଚୟନ ହୋଇଥିବା ବିଜ୍ଞାନ ପ୍ରକଳ୍ପ ଓ ଭଲିବଲର ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ ବିନା ଶ୍ରାବଣ

Sunil Chandra Nayak

ଧର୍ମ ପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ଚାଷୀଙ୍କ ବିଭିନ୍ନ ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇଲେ ଚାଷୀ ସଂଘ ସଭାପତି ବୃନ୍ଦାବନ ତ୍ରିପାଠୀ

Sunil Chandra Nayak

Leave a Comment

error: Content is protected !!