ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟରେ ଅଛି ୪୮ଟି ପଞ୍ଜିକୃତ ୱେବ୍ ଚ୍ୟାନେଲ : ମନ୍ତ୍ରୀ ପ୍ରଦୀପ ଅମାତ

ରାଜ୍ୟରେ କାମ କରୁଥିବା ୱେବ ଚ୍ୟାନେଲ ଗୁଡିକୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ୱେବ୍ ମିଡ଼ିଆ ପଲିସି କାର୍ଯ୍ୟକାରୀ କରିଛନ୍ତି । ଏହି ପଲିସି ଅନୁସାରେ ରାଜ୍ୟରେ ୪୮ଟି ୱେବ୍ ଚ୍ୟାନେଲ ପଞ୍ଜିକୃତ ହୋଇଛି । ଏହାଛଡା ଯେଉଁ ଖବରକାଗଜ ଗୁଡିକ ସୂଚନା ଓ ଲୋକ ସମ୍ପର୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସେମାନଙ୍କୁ ସେହି ନାଁରେ ୱେବ୍ ଚ୍ୟାନେଲ ଖୋଲିବାକୁ ଅନୁମତି ମିଳିପାରିବ ବୋଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହା କହିଛନ୍ତି।

ସୂଚନା ଅନୁସାରେ, ଆଜି ବିଧାନସଭାରେ ରାଜ୍ୟରେ କେତେ ସଂଖ୍ୟାରେ ୱେବ୍ ଚ୍ୟାନେଲ ଓ ପୋର୍ଟାଲ ରହିଛି, ସେମାନଙ୍କୁ ସରକାର ନିଜ ଅଧିନକୁ ଆଣିବେ କି? ଏହାଛଡା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଅନୁମତିପ୍ରାପ୍ତ ଖବରକାଗଜ ନାଁରେ ବିଭିନ୍ନ ୱେବ ଚ୍ୟାନେଲ ଖୋଲାଯାଇଛି ତାହାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି କି? ଏନେଇ ବିଧାନସଭାରେ ବିଧାୟକ ଅଙ୍ଗଦ କହଁର ପ୍ରଶ୍ନ ଉଠାଇଥିଲେ । ଆଉ ଏହାର ଜବାବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ଉତ୍ତର ଗୃହରେ ଦେଇଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଲଗାଣ ବର୍ଷା ରେ ଜଳ ମୟ ଚାଷ ଜମିରେ ବ୍ରିଜର ମାଟି ପୋତି ହେବାରୁ ଚାଷୀ ହତାଶ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଶ୍ରାବଣୀ ଗୋ ତୁମେ

Sunil Chandra Nayak

ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!