ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କଲେ ସିନାପାଲି ବ୍ଲକ ଅଧ୍ୟକ୍ଷା 

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତି ମାଧୁରୀ ମାଝୀ ଆଜି ବ୍ଲକର ଅନେକ ଗ୍ରାମ ଗୁଡିକର ଲୋକଙ୍କ ପାଖରେ ପହଞ୍ଚି ଗ୍ରାମ ଗୁଡିକିକରେ ଯାହା ସବୁ ସମସ୍ୟ ରହିଛି ସେହି ବିଷୟରେ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ  ଓ ବହୁତ ଶୀଘ୍ର ସେହି ସମସ୍ୟ୍। ଗୁଡିକର ସମାଧାନ କରାଯିବ ବୋଲି କହିଥିଲେ । ପରେ ନଙ୍ଗଲବୋର୍ଡ଼ ଗ୍ରାମପଞ୍ଚାୟତ ନଙ୍ଗଲବୋର୍ଡ଼ ଗାଁକୁ ଯାଇ ନୂତନ ଭାବେ ନିର୍ମିତ ହୋଇଥିବା ମିଶନ ଶକ୍ତି ଗୃହକୁ ଉନ୍ନୟନର ତଦାରଖ କରିବା ପରେ ଘାଟମାଲ ଗ୍ରାମ ପଞ୍ଚାୟତ ସ୍ଥିତ ପୋଡ଼ାପଦର ଗାଁର ମିଶନ ଶକ୍ତି ଗୃହକୁ ଦେଖିବା ସହ ନୋଡାଲ ହାଟକୁ ମଧ୍ୟ ପରିଦର୍ଶନ କରିଥିଲେ । ଅଧ୍ୟକ୍ଷା କହିଛନ୍ତି ଆଗାମୀ ଦିନରେ ସମସ୍ତ ଗ୍ରାମପଞ୍ଚାୟତର ଉନ୍ନତି ଉପରେ ଚିନ୍ତା କରିବା ସହ କେହି ଯେମିତି ନିଜ ମୌଳିକ ଅଧିକାର ରୁ ବଞ୍ଚିତ ନ ରହିବେ ସେହି ବିଷୟରେ ମୋର ଧ୍ୟାନ ରହିବ ବୋଲି ପ୍ରତିଶ୍ରୁତି ଦେଇ ଥୀଲେ ଏହି ତଦାରଖ ସମୟରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, କନିଷ୍ଠ ଯନ୍ତ୍ରୀ ପର୍ଶୁରାମ କହଁର, ବି.ଏପଟି ଭୋଲେଶ୍ବର ବିଶି, ନଙ୍ଗଲବୋର୍ଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ଜଗଦୀଶ ମାଝୀ ଉପସ୍ଥିତ ରହି ମିଳିତ ଭାବରେ ପରିଦର୍ଶନ କରିଥିଲେ।

ନୂଆପଡ଼ା ଜିଲ୍ଲା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସଂଧ୍ୟାଦୀପ

Sunil Chandra Nayak

ତେରେସିଂହା ଗ୍ରା.ପ ସରପଞ୍ଚରେ ପ୍ରମୋଦ ସୁନା ବିଜୟୀ

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଷ୍ଟିଟ୍ ଲାଇଟର ସୁବ୍ୟବସ୍ଥା 

Sunil Chandra Nayak

Leave a Comment

error: Content is protected !!