ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କଲେ ସିନାପାଲି ବ୍ଲକ ଅଧ୍ୟକ୍ଷା 

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତି ମାଧୁରୀ ମାଝୀ ଆଜି ବ୍ଲକର ଅନେକ ଗ୍ରାମ ଗୁଡିକର ଲୋକଙ୍କ ପାଖରେ ପହଞ୍ଚି ଗ୍ରାମ ଗୁଡିକିକରେ ଯାହା ସବୁ ସମସ୍ୟ ରହିଛି ସେହି ବିଷୟରେ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ  ଓ ବହୁତ ଶୀଘ୍ର ସେହି ସମସ୍ୟ୍। ଗୁଡିକର ସମାଧାନ କରାଯିବ ବୋଲି କହିଥିଲେ । ପରେ ନଙ୍ଗଲବୋର୍ଡ଼ ଗ୍ରାମପଞ୍ଚାୟତ ନଙ୍ଗଲବୋର୍ଡ଼ ଗାଁକୁ ଯାଇ ନୂତନ ଭାବେ ନିର୍ମିତ ହୋଇଥିବା ମିଶନ ଶକ୍ତି ଗୃହକୁ ଉନ୍ନୟନର ତଦାରଖ କରିବା ପରେ ଘାଟମାଲ ଗ୍ରାମ ପଞ୍ଚାୟତ ସ୍ଥିତ ପୋଡ଼ାପଦର ଗାଁର ମିଶନ ଶକ୍ତି ଗୃହକୁ ଦେଖିବା ସହ ନୋଡାଲ ହାଟକୁ ମଧ୍ୟ ପରିଦର୍ଶନ କରିଥିଲେ । ଅଧ୍ୟକ୍ଷା କହିଛନ୍ତି ଆଗାମୀ ଦିନରେ ସମସ୍ତ ଗ୍ରାମପଞ୍ଚାୟତର ଉନ୍ନତି ଉପରେ ଚିନ୍ତା କରିବା ସହ କେହି ଯେମିତି ନିଜ ମୌଳିକ ଅଧିକାର ରୁ ବଞ୍ଚିତ ନ ରହିବେ ସେହି ବିଷୟରେ ମୋର ଧ୍ୟାନ ରହିବ ବୋଲି ପ୍ରତିଶ୍ରୁତି ଦେଇ ଥୀଲେ ଏହି ତଦାରଖ ସମୟରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, କନିଷ୍ଠ ଯନ୍ତ୍ରୀ ପର୍ଶୁରାମ କହଁର, ବି.ଏପଟି ଭୋଲେଶ୍ବର ବିଶି, ନଙ୍ଗଲବୋର୍ଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ଜଗଦୀଶ ମାଝୀ ଉପସ୍ଥିତ ରହି ମିଳିତ ଭାବରେ ପରିଦର୍ଶନ କରିଥିଲେ।

ନୂଆପଡ଼ା ଜିଲ୍ଲା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ନର୍ଲାରେ ସମ୍ବର୍ଦ୍ଧନା

Sunil Chandra Nayak

କେନ୍ଦୁଝର – ଶୈବ ପୀଠରୁ ଚନ୍ଦ୍ରଶେଖର ଙ୍କ ରୁପାରେ ନିର୍ମିତ ପୁରାତନ ମୂର୍ତ୍ତି ଚୋରି

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍‌: ରେଳମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!