ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ଙ୍କ ପୂରାତନ ମନ୍ଦିରକୁ ଭାଙ୍ଗି ନୂତନ ଭବ୍ଯ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ

ଥୁଆମୂଳ ରାମପୁର: ୦୫/୧୨- (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ଙ୍କ ଅନ୍ଯତମ ମନ୍ଦିର ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ଠାରେ ଅବସ୍ଥିତ। ଏହି ଭବ୍ଯ ମନ୍ଦିର କାହିଁ ଆବାହନ କାଳରେ ରାଜାରାଜୁଡା ଅମଳରୁ ନିର୍ମାଣ କରାଯାଇଥିଲା। ଏହି ମନ୍ଦିରରେ ମାଁ ମାଣିକେଶ୍ବରୀ ପୂଜାପାଇ ଆସୁଥିଲେ। ମନ୍ଦିରର ବର୍ତ୍ତମାନ ନୂତନ ଭାବରେ ମନ୍ଦିର ନିର୍ମାଣ କରାଯିବା ନେଇ ସରକାରଙ୍କ ତରଫରୁ ଅର୍ଥ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଛି। ସେ ଅନୁସାରେ ମାଁଙ୍କ ମନ୍ଦିର ନୂତନ ଭାବରେ ଦଣ୍ତାମାନ ହେବାକୁ ଯାଉଛି। ତେଣୁ ଆଜି ଯଥା ୦୫/୧୨/୨୦୨୨ ତାରିଖ ସୋମବାର ଦିନ ଶୁଭବେଳା ଅନୁକୁଳ ଅନୁସାରେ ନୂତନ ମନ୍ଦିର ନିର୍ମାଣ ନିମନ୍ତେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ଯକ୍ରମ ମନ୍ଦିର ମୁଖ୍ୟ ପୂଜକଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ବିଧିମତେ କରାଗଲା। ଏହି କାର୍ଯ୍ଯକ୍ରମରେଏଣ୍ଡମେଣ୍ଟ ବିଭାଗର ସଦସ୍ୟ ଓ ସ୍ଥାନୀୟ ପୂଜା କମିଟିର ନେତୃବୃନ୍ଦ, ବିଶ୍ଵକର୍ମା ଓ ଠିକାଦାର ତଥା ଗ୍ରାମର ସଦସ୍ୟ ମଣ୍ତଳୀ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ଡ୍ରାମା ଏବଂ ୧୭ ବର୍ଷରୁ କମ ଫୁଟବଲ ଦଳ ଚୟନ

Sunil Chandra Nayak

ରିତୟନି ଆଇଟିଆଇରେ ଛାତ୍ରଙ୍କୁ ମାଡ଼ ଓ ଶିକ୍ଷାଦାନ ଅନିୟମିତତା ନେଇ ମୟୁରଭଞ୍ଜ ବନ୍ଦ

Sunil Chandra Nayak

ସାଧନାପଣ୍ଡା ଙ୍କ କବିତା ଦଗ୍ଧ ବୈଶାଖ

Sunil Chandra Nayak

Leave a Comment

error: Content is protected !!