ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଗତିଶୀଳ କବି ସନତ୍ ରାୟ ଙ୍କ ସ୍ମୃତି ଚାରଣ ସଭା

ରାଉରକେଲା/ ସନତ ରାୟ ସ୍ମୃତି କମିଟି ତରଫରୁ ସେକ୍ଟର-୫ ସ୍ଥିତ କଲଚରାଲ ଏକାଡେମୀ ପରିସରରେ ଓଡିଆ ସାରସ୍ବତ ଗଗନର ଜାଜ୍ଜ୍ବଲ୍ୟମାନ ତାରକା ପ୍ରଗତିବାଦୀ କବି ସନତ୍ ରାୟଙ୍କ ଦ୍ବାଦଶ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଡଃ ପ୍ରଭାତ କୁମାର ମଲ୍ଲିକ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି  ଭାବେ ସମାଜସେବୀ ଅଭୟ କୁମାର ଦାସ ଓ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ରାଜୀବ ପାଣି ଯୋଗଦେଇ ଥିଲେ। ଏହି ଅବସରରେ ଓଡ଼ିଶା ର ସାରସ୍ବତ ସାଧକ ପ୍ରଗତିଶୀଳ କବି ବସନ୍ତ ମାଝୀ ଙ୍କୁ ସନତ ରାୟ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯିବା ସହିତ ପ୍ରୟାତ ପ୍ରଗତିଶୀଳ କବି ସନତ୍ ରାୟଙ୍କ କବିତା ଓ ସ୍ବରଚିତ କବିତାମାନ ପାଠ କରାଯାଇଥିଲା। ସ୍ମୃତି କମିଟିର ଆବାହକ ଆର୍ତ୍ତତ୍ରାଣ ମହାପାତ୍ର ପ୍ରାରମ୍ଭରେ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ସନତ ରାୟ ଙ୍କ ଜୀବନୀ ଓ କୃତି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦାସ ସ୍ବର୍ଗତ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ମାଟି ଓ ମଣିଷର କଥା କହୁଥିବା ତାଙ୍କ କବିତାର ଚିତ୍ର ଓ ଚରିତ୍ର ଗୁଡିକ ଯେପରି ଜୀବନ୍ତ ସେପରି ପ୍ରଗତିଶୀଳ ଚେତନାରେ ଉଦଭାସିତ । ମୁଖ୍ୟବକ୍ତା ଶ୍ରୀ ପାଣି ତାଙ୍କ ବକ୍ତବ୍ଯରେ କହିଲେ ଯେ ରାଉରକେଲା ର ସାହିତ୍ୟ ସଂସ୍କୃତି ଜଗତରେ ସେ ଜଣେ ନୀରଳସ କର୍ମୀ ଭାବେ ବେଶ ପରିଚିତ । ପ୍ରଚଳିତ ସମାଜ ବ୍ୟବସ୍ଥା ସଂପର୍କରେ ନିର୍ଭୀକ ସମଲୋଚନାତ୍ମକ ଦୃଷ୍ଟିଭଙ୍ଗୀ ତାଙ୍କ କବିତା ଗୁଡିକରେ ଅତ୍ୟନ୍ତ ସରଳ ଓ ସୁବୋଧ୍ୟ ଭାଷାରେ ଉତ୍ତକୀର୍ଣ୍ଣ ହୋଇଛି। ସଭାପତିତ୍ବ ଅଭିଭାଷଣରେ କବିଙ୍କ ପ୍ରଭାବଶାଳୀ ସୃଜନଶୀଳତା ସଂପର୍କରେ ଆଲୋଚନା କରିଥିଲେ । ସମ୍ବର୍ଦ୍ଧିତ ବ୍ୟକ୍ତିତ୍ବ ଶ୍ରୀ ମାଝୀ କବିଙ୍କ ସୃଷ୍ଟିରେ ମାନବୀୟ ମୂଲ୍ୟବୋଧ ସମ୍ପର୍କରେ ନିଜର ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ଆସରରେ ସର୍ବଶ୍ରୀ ବଳରାମ ରାଉଳ, ସୂର୍ଯ୍ୟସ୍ନାତା ପାଇକରାୟ, ନିରୁପମା ପତି, ମୀନକେତନ ପଶାୟତ, କୁଞ୍ଜବିହାରୀ ରାଉତ,ସୁପ୍ତି କର,ରଶ୍ମି ସାହୁ, ଅଶୋକ ପଟ୍ଟନାୟକ, ସୁଶାନ୍ତ ନାୟକ,ଉପେନ୍ଦ୍ର ବସ୍ତିଆ, ଅର୍ଚ୍ଚନା ପାତ୍ର,ଧୋବେଇ ବେହେରା, ପ୍ରକାଶ ଚନ୍ଦ୍ର ସେଠୀ,ଅଜୟ କୁମାର ମହାନ୍ତି,ଗଙ୍ଗାଧର ପୁହାଣ,ବସନ୍ତ ବିଶ୍ବକର୍ମା, କିଶୋରୀମୋହନ କର ପ୍ରମୁଖ ସ୍ବର୍ଗତ ରାୟଙ୍କ କବିତା ପାଠ କରିଥିଲେ । ପ୍ରାରମ୍ଭରେ ପ୍ରାବନ୍ଧିକ ଦାସରଥି ଦାସ,ଗଗନେନ୍ଦ୍ର ଦା, ଗୀତା ହୋତା ଓ ଝରଣା ଦାସଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଚିତ୍ରାନନ୍ଦ ସାହୁ,ଜୟନ୍ତୀ ଦାସ, କରୁଣାକର ପାଟ୍ଟଶାଣୀ, ବିଜୟିନୀ ଜେନା,ବବିତା ମହାଳିକ, ବିଶ୍ବରଂଜନ ସାମଲ,ଗୀତାଞ୍ଜଳୀ ସାମଲ,ମୀନାକ୍ଷୀ ସାମଲ, ଅଙ୍ଗୁରବାଳା ପରିଡା, ଅକ୍ଷୟ ପଣ୍ଡା,ସୁକାନ୍ତୀ ତ୍ରିପାଠୀ,ଅଭିରାମ ପ୍ରଧାନ, ସୁନିତା ପୁହାଣ,ଦୀନବଂଧୁ ପାଢୀ, ବିଜୟ ରାୟ, ଅକ୍ଷୟ ସାମଲ, କେଦାର ପ୍ରଧାନ,କାଶୀନାଥ ପାତ୍ର, ରାନୁ ମହାପାତ୍ର, ଡଃ ସୁମନ ଦତ୍ତ,ମହେଶ୍ଵର ସିଂ, ଗୌତମ ଦାସ,ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ନଳିନୀ କାନ୍ତ ଧର, କାଶୀନାଥ ନନ୍ଦୀ, ଚନ୍ଦ୍ରଶେଖର ପାଇକରାୟ, ଆଲୋକ ବୋଷ, ଦେବେନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବଳରାମ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।    

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

                             

Related posts

ବିଜେଡ଼ି ଦଳ ପକ୍ଷରୁ ଜନସେବାରେ ଥଣ୍ଡା ପାନୀୟ ବଣ୍ଟନ

ସମାଜସେବୀଙ୍କ ପରଲୋକ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସୁନାବେଶ

Sunil Chandra Nayak

Leave a Comment

error: Content is protected !!