ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତୀ ଦାଶ ଙ୍କ କବିତା ଶୀତ ଆସିଛି…. 

ଶୀତ ଆସିଛି…. 

ମିନତୀ ଦାଶ 

ସାରୁପତ୍ର ଶୁଷ୍କ ଓଠ ଧାରୁ.. 
ଥିରି ଥିରି ପାଦ ପାତେ ଶୀତ 
କାକରରେ ଦେହ ଧୋଇ 
କୁହୁଡି ଚାଦର ତଳୁ 
ଧାନ କେଣ୍ଡା ଭାଙ୍ଗଇ ଅଳସ . 
ସବୁଜ ପଣତ ଏଡି.. 
ଧାନ୍ୟ କ୍ଷେତ୍ରେ ସୁବର୍ଣ୍ଣ ଓଢଣୀ.. 
ଗେଣ୍ଡୁ ହସେ ଦାଣ୍ଡ ହସେ 
ଚାଷୀ ହସ ମଧୁକ୍ଷରା 
ବିଜେ ହେବେ ଲକ୍ଷ୍ମୀ ସାଆନ୍ତାଣୀ. 
ଦଶରା ରେ ମେଲାଏ ପସରା 
କାର୍ତ୍ତିକ ରେ ଗାଁ ଦାଣ୍ଡେ ତୋରା 
ଭୂଆସୁଣୀ ପଣତରେ ମାର୍ଗଶୀରେ ମିଶେ, 
ବାଘ ପରି ବଳେ ମାଘ ମାସେ. 
କାର୍ତ୍ତିକ କାନିରେ ବନ୍ଧା କାକର ସୀକର, 
କାଶତଣ୍ଡୀ କାନ୍ଦି କାନ୍ଦି ଝରେ, 
କନକ କାନ୍ତି କୁହୁକ ଧାନ୍ୟ କ୍ଷେତ ସାରା 
ସୋରିଷ କ୍ଷେତେ ପିୟୁଷ ଭରେ. 
ସୂର୍ଯ୍ୟମୁଖୀ ସୂର୍ଯ୍ୟ ଦେଖି ହସେ 
ସରସୀଜ ଓଜାଡଇ ଲୁହ, 
ଘାସେ ପତ୍ରେ ଫୁଲେ ମୁକ୍ତା ମାଳା 
ସହସ୍ର ସହସ୍ରାଂଶୁ ର ମୋହ. 
ପ୍ରତ୍ୟୁଷ ରେ ପ୍ରଦୋଷରେ  
ମାଳତୀ ଗଭାରେ 
ଅଳସୀ ଶୀତର ହାଇ ଦିଶେ 
କାଗଜ ଫୁଲ ବିଚାରି ସୁରଭି ବିହୀନ 
ଅବିରତ ଝର ଝର ହସେ

ମିନତି ଦାଶ

ବାରିପଦା ,ମୟୁରଭଞ୍ଜ 

Related posts

କୁନା ସେଠୀ ଙ୍କ କବିତା ହେ ସମୟ…..

Sunil Chandra Nayak

ଭଟାଙ୍ଗପଦର ଓ ଲାଞ୍ଜିଗଡ଼ରୋଡ଼ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ପୁଣି ଆଉ ଦୁଇ ଅଧିକାରୀ ଙ୍କ ପ୍ରତିଶୃତି ଓ ମେଡିକାଲ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!