ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତୀ ଦାଶ ଙ୍କ କବିତା ଶୀତ ଆସିଛି…. 

ଶୀତ ଆସିଛି…. 

ମିନତୀ ଦାଶ 

ସାରୁପତ୍ର ଶୁଷ୍କ ଓଠ ଧାରୁ.. 
ଥିରି ଥିରି ପାଦ ପାତେ ଶୀତ 
କାକରରେ ଦେହ ଧୋଇ 
କୁହୁଡି ଚାଦର ତଳୁ 
ଧାନ କେଣ୍ଡା ଭାଙ୍ଗଇ ଅଳସ . 
ସବୁଜ ପଣତ ଏଡି.. 
ଧାନ୍ୟ କ୍ଷେତ୍ରେ ସୁବର୍ଣ୍ଣ ଓଢଣୀ.. 
ଗେଣ୍ଡୁ ହସେ ଦାଣ୍ଡ ହସେ 
ଚାଷୀ ହସ ମଧୁକ୍ଷରା 
ବିଜେ ହେବେ ଲକ୍ଷ୍ମୀ ସାଆନ୍ତାଣୀ. 
ଦଶରା ରେ ମେଲାଏ ପସରା 
କାର୍ତ୍ତିକ ରେ ଗାଁ ଦାଣ୍ଡେ ତୋରା 
ଭୂଆସୁଣୀ ପଣତରେ ମାର୍ଗଶୀରେ ମିଶେ, 
ବାଘ ପରି ବଳେ ମାଘ ମାସେ. 
କାର୍ତ୍ତିକ କାନିରେ ବନ୍ଧା କାକର ସୀକର, 
କାଶତଣ୍ଡୀ କାନ୍ଦି କାନ୍ଦି ଝରେ, 
କନକ କାନ୍ତି କୁହୁକ ଧାନ୍ୟ କ୍ଷେତ ସାରା 
ସୋରିଷ କ୍ଷେତେ ପିୟୁଷ ଭରେ. 
ସୂର୍ଯ୍ୟମୁଖୀ ସୂର୍ଯ୍ୟ ଦେଖି ହସେ 
ସରସୀଜ ଓଜାଡଇ ଲୁହ, 
ଘାସେ ପତ୍ରେ ଫୁଲେ ମୁକ୍ତା ମାଳା 
ସହସ୍ର ସହସ୍ରାଂଶୁ ର ମୋହ. 
ପ୍ରତ୍ୟୁଷ ରେ ପ୍ରଦୋଷରେ  
ମାଳତୀ ଗଭାରେ 
ଅଳସୀ ଶୀତର ହାଇ ଦିଶେ 
କାଗଜ ଫୁଲ ବିଚାରି ସୁରଭି ବିହୀନ 
ଅବିରତ ଝର ଝର ହସେ

ମିନତି ଦାଶ

ବାରିପଦା ,ମୟୁରଭଞ୍ଜ 

Related posts

ପ୍ରକୃତିର ସୁରକ୍ଷା ଦିଗରେ ଆଦିବାସୀଙ୍କ ଜ୍ଞାନ ପରମ୍ପରା ସମଗ୍ର ବିଶ୍ୱରେ ଅନୁକରଣୀୟ.

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଓଡିଆ ଭାଷା ବିକାଶ ମଞ୍ଚର ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!